କନକ ବ୍ୟୁରୋ: କଂଗ୍ରେସରେ ମିଶିଲା ୱାଇଏସଆର ତେଲେଙ୍ଗାନା ପାର୍ଟି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ୱାଇ ଏସ୍ ଶର୍ମିଳା ଆଜି ବିଧିବଦ୍ଧ ଭାବେ, ୱାଇଏସ୍ଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ଯୋଗଦାନ କରିଛନ୍ତି । ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଯାଇଛି ଏହି ରାଜନୈତିକ ଦଳ । ସଭାପିତି ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ଶର୍ମିଳାଙ୍କୁ ଉତରୀୟ ଦେଇ କଂଗ୍ରେସକୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ୱାଇ ଏସ୍ ଶର୍ମିଳା କହିଛନ୍ତି, ଦେଶର ସର୍ବବୃହତ ଧର୍ମନିରପେକ୍ଷ ରାଜନୈତିକ ଦଳ ହେଉଛି କଂଗ୍ରେସ । ଯାହା ସବୁବେଳେ ଦେଶବାସୀଙ୍କ ହିତ ପାଇଁ କାମ କରେ । ୨୦୨୧ରେ ୱାଏସଆର ତେଲେଙ୍ଗାନା ପାର୍ଟିକୁ ପ୍ରତିଷ୍ଠା କରିଥିଲେ ଶର୍ମିଳା । ଶର୍ମିଳାଙ୍କ ବାପା ୱାଇଏସ୍ ରାଜଶେଖର ରେଡ୍ଡି କଂଗ୍ରେସ ଦଳରୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।