ନେତାଙ୍କ ଗାନ୍ଧୀଗିରି । ଆନ୍ଧ୍ରପ୍ରଦେଶରେ ସତ୍ତାରୁଢ ୱାଇଏସଆର କଂଗ୍ରେସ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୱାଇଏସଆର କଂଗ୍ରେସ ନେତା ପୋଲିସ ଜୋତାକୁ କୋଳେଇ ସଫା କରିବା ସହ କିସ୍ କରୁଥିବାର ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି । ସୂଚନାନୁସାରେ, ୱାଇଏସଆର ସାଂସଦ ଗୋରଂଲତା ମାଧବ ଟିଡିପି ନେତା ଭଳି ଦିବାକର ରେଡ୍ଡିଙ୍କ ବୟାନକୁ ଏଭଳି କରିଥିବା ଜଣାପିଡିଛି । ପୂର୍ବ ସୂଚନା ମୁତାବକ , ଟିଡିପି ନେତା ରେଡ୍ଡି କହିଥିଲେ , ଯଦି ତାଙ୍କ ଦଳ ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରେ ତାହାଲେ ସେ ପୋଲିସଙ୍କ ଦ୍ୱାରା ନିଜ ଜୋତା ଚଟାଇବେ । ପ୍ରଦେଶ ପୋଲିସ ବିରୋଧରେ ତାଙ୍କର ଏଭଲି ବୟାନକୁ ନେଇ ମାଧବ କ୍ଷୁବ୍ଧ ହୋଇଥିଲେ । ଏହା ତାଙ୍କ ପ୍ରତି ଅସମ୍ମାନ ବୋଲି କହିଥିଲେ

Advertisment

publive-image

ତେବେ , ୱାଇଏସଆର ପୁଣି ଥରେ ସରକାରକୁ ଆସିଥିଲା । ସରକାର ଗଢିବା ପରେ ମାଧବ ରେଡ୍ଡିଙ୍କ ବୟାନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । । ରେଡ୍ଡିଙ୍କ ବୟାନକୁ ବିରୋଧ କରି ଅନନ୍ତପୁରମରେ ସେ ଏକ ପ୍ରେସ କନଫରରେନ୍ସ ରଖିଥିଲେ । ସମସ୍ତଙ୍କ ସାମନାରେ ଜଣେ ପୋଲିସ କର୍ମୀଙ୍କ ଜୋତାକୁ କିସ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ଲୋକେ ଖୁବ୍ ପ୍ରଶଂସା କରୁପଛନ୍ତି । ଏହି ଜୋତା ଜଣେ ସହିଦ ପୋଲିସକର୍ମୀଙ୍କର ଥିଲା । ଡ୍ୟୁଟିରେ ଥିବା ସମୟରେ ସେ ପ୍ରାଣ ହରାଇଥିଲେ ।