ଭୋଟ ପାଇଁ ରକ୍ତର ଖେଳ: ଆନ୍ଧ୍ରରେ ୱାଇଏସଆର ନେତାଙ୍କୁ ହତ୍ୟା, ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜଗମୋହନ

ଟିଡିପି ଓ ୱାଇଏସଆର କର୍ମୀଙ୍କ ମଧ୍ୟରେ ସଂଘର୍ଷ

171

କନକ ବ୍ୟୁରୋ: ଭୋଟ ପାଇଁ ରକ୍ତର ଖେଳ । ଅନେକ ସମୟରେ ନିଜେ ଜିତିବା ପାଇଁ ଆଉ ପ୍ରତୀଦ୍ୱନ୍ଦୀକୁ ହରାଇବା ହିଂସା ପରାୟଣ ହୋଇଯାଆନ୍ତି ଲୋକେ । ବିଶେଷ କରି ରାଜନୀତି କ୍ଷେତ୍ରରେ ଏଭଳି ଶତ୍ରୁତାର ଉଦାହରଣ ଅନେକ । କାରଣ ରାଜନୈତିକ ଶତ୍ରୁତା ପାଇଁ ନେତାଙ୍କୁ ହତ୍ୟା କରାଯାଇଥିବା ଖବର ବହୁ ମସୟରେ ସାମ୍ନାକୁ ଆସେ ।ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣା ଏବେ ସାରା ଦେଶରେ ଚାଂଚଲ୍ୟ ଖେଳାଇ ଦେଇଛି ।

କଡପ୍ପା ଜିଲ୍ଲାର ପୁଲିଭେନ୍ଦୁଲା ହେଉଛି ବିବେକାନନ୍ଦ ରେଡ୍ଡିଙ୍କ ଜନ୍ମ ମାଟି । ଆଉ ସେହି ସ୍ଥାନରୁ ଆଗାମୀ ନିର୍ବାଚନରେ ବିଧାନସଭା ଆସନ ପାଇଁ ୱାଇଏସଆର କଂଗ୍ରେସର ଟିକେଟ ଆଶାୟୀ ଥିଲେ । ଏଥିପାଇଁ ରାଜନୈତିକ ଶତ୍ରୁତା ରଖି ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ନଜର ପକାଇବା ୱାଇଏସ ବିବେକାନନ୍ଦ ରେଡ୍ଡିଙ୍କ ସମ୍ପର୍କୀତ କିଛି ତଥ୍ୟ ଉପରେ ।

ତେବେ ବାଥରୁମ୍ ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା ବିବେକାନନ୍ଦଙ୍କ ମୃତଦେହ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ତେବେ ଶରୀରର ୭ଟି ସ୍ଥାନରେ କ୍ଷତ ଚିହ୍ନ ଥିବା ସୂଚନା ରହିଛି । ଆନ୍ଧ୍ରପ୍ରଦେଶରେ ପାରମ୍ପରିକ ପ୍ରତୀଦ୍ୱନ୍ଦୀ ହେଉଛନ୍ତି ଟିଡିପି ଏବଂ ୱାଇଏସଆର କଂଗ୍ରେସ । ସେଥିପାଇଁ ବିବେକାନନ୍ଦଙ୍କ ପରିବାର ଲୋକେ ରାଜନୈତିକ ଶତ୍ରୁତା ରଖି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । ମୁଖ୍ୟତଃ ଟିଡିପିର ଲୋକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ପରିବାର ଲୋକ ପ୍ରମାଣ ନଷ୍ଟ କରିଛନ୍ତି ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।