କେସିଆରଙ୍କୁ ଜୋତା ଦେଖାଇଲେ ୱାଇ.ଏସ୍ ଶର୍ମିଲା, ଦେଲେ ଖୋଲା ଚ୍ୟାଲେଞ୍ଜ ।

କେସିଆରଙ୍କୁ ଜୋତା ଦେଖାଇଲେ ୱାଇ.ଏସ୍ ଶର୍ମିଲା, ଦେଲେ ଖୋଲା ଚ୍ୟାଲେଞ୍ଜ ।

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଜୋତା ଦେଖାଇଲେ ବିରୋଧୀ ଦଳ ୱାଇ.ଏ.ଆର.ଟିପି ନେତ୍ରୀ ୱାଇ.ଏସ୍ ଶର୍ମିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିରୋଧୀ ଦଳ ନେତ୍ରୀ । ଏହି ଜୋତା ପିନ୍ଧି କେସିଆର ତାଙ୍କ ସହ ଦୀର୍ଘ କିଲୋମିଟର ପଦଯାତ୍ରା କରନ୍ତୁ ଓ ରାଜ୍ୟବାସୀଙ୍କୁ କିଭଳି ଦୁଖରେ ଅଛନ୍ତି ସେକଥା କେସିଆର ଦେଖନ୍ତୁ ବୋଲି ଶର୍ମିଲ ଖୁଲମଖୁଲ୍ଲା ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି କୌଣସି ରାଜ୍ୟବାସୀ କହିବେ କି ସେମାନେ ସମସ୍ୟାର ନାହାଁନ୍ତି ତେବେ ଶର୍ମିଲା ରାଜନୀତିରୁ ଅବସର ଘୋଷଣା କରିବେ ବୋଲି କେସିଆରଙ୍କ ଆଗରେ ସର୍ତ ରଖିଛନ୍ତି ।

ଆଗକୁ ବିଧାନସଭା ନିର୍ବାଚନ । ଏହା ଭିତରେ ତେଲେଙ୍ଗାନା ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି । ଗୋଟେ ପଟେ ୱାଇଏସଆରଟିପି ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝୁଥିବା କହୁଥିବାବେଳେ ଅନ୍ୟପଟେ କେସିଆର ଦାବି କରିଛନ୍ତି ତାଙ୍କ ଶାସନରେ ରାଜ୍ୟ ଓ ରାଜ୍ୟବାସୀ ବେଶ ଖୁସି ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe