କନକ ବ୍ୟୁରୋ : ନୂଆ ବର୍ଷର ଆରମ୍ଭରୁ ଏବେ କଂଗ୍ରସେ ପାଇଁ ଦକ୍ଷିଣରୁ ଭଲ ସଂକେତ ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ରାଜ ଶେଖର ରେଡିଙ୍କ ଝିଅ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଛନ୍ତି ।

Advertisment

କିଛିଦିନ ତଳେ ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଦେଖି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଥିଲେ କି ଦକ୍ଷିଣ ଭାରତରେ କଂଗ୍ରେସ ଶେଷ ହେବାକୁ ଯାଉଛି । ହେଲେ ହିମାଚଳରେ କଂଗ୍ରେସ ବିଜୟ ଲାଭ କରିବା ପରେ ଅଚାନକ ସମସ୍ତଙ୍କ ଚମକାଇ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ସରକାର ଗଠନ କରିଥିଲା । କଂଗ୍ରେସର ତେଲେଙ୍ଗାନା ବିଜୟ ପରେ ବିଜେପିର ଦକ୍ଷିଣ ଯାତ୍ରା ସ୍ୱପ୍ନ ଧୂଳିସାତ ହୋଇଛି । ଯଦି ଆପଣ ଭାରତର ନକ୍ସା ଦେଖିବେ ତେବେ ବିଜେପି ପଶ୍ଚିମ ଓ ମଧ୍ୟ କ୍ଷେତ୍ରରେ ସହିତ ପୂର୍ବ-ଉତ୍ତର ରାଜ୍ୟଗୁଡିକରେ ଛାଇ ହୋଇଯାଇଛି । ସେପଟେ ପଞ୍ଜାବ, ହିମାଚଳ, ପଶ୍ଚିମବଙ୍ଗ, ଓଡିଶାରୁ ନେଇ କେରଳ ପର୍ଯ୍ୟନ୍ତ ବିରୋଧୀଦଳଗୁଡିକର ସରକାର ରହିଛି । କର୍ଣ୍ଣାଟକରେ ମଧ୍ୟ କଂଗ୍ରେସର ସରକାର ରହିଛି ।

ଏବେ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସଆର ଶର୍ମିଲାଙ୍କ ମାଧ୍ୟମରେ ବିଜେପିର ଦକ୍ଷିଣ ଯାତ୍ରାକୁ ରୋକିବାକୁ ଚେଷ୍ଟା କରିଛି କଂଗ୍ରେସ । ଶର୍ମିଲା କଂଗ୍ରେସରେ ଯୋଗଦେବା ପରେ ଏହା ବିଜେପି ଉପରେ କିଭଳି ପ୍ରଭାବ ପକାଇବ ତାହା ଉପରେ ନଜର ପକାନ୍ତୁ । ଶର୍ମିଲାଙ୍କ ମାଧ୍ୟମରେ କଂଗ୍ରେସ କେବଳ ତେଲେଙ୍ଗାନା ନୁହେଁ ବରଂ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଯାଉଛି । ଶର୍ମିଲା ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ୱାଇଏସଆର ରାଜଶେଖର ରେଡ୍ଡୀଙ୍କ କନ୍ୟା । ସେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ମଧ୍ୟ । କଂଗ୍ରେସରେ ଯୋଗଦେବା ପରେ ଶର୍ମିଲାଙ୍କୁ ତୁରନ୍ତ ଦଳର ରାଷ୍ଟ୍ରୀୟ ସ୍ତରରେ କୌଣସି ପଦ ମିଳିପାରେ । ସଦ୍ୟ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଶର୍ମିଲାଙ୍କ ପାର୍ଟି କଂଗ୍ରେସକୁ ସମର୍ଥନ ଦେଇଥିଲା ।

ଶର୍ମିଲାଙ୍କ ପିତା ରାଜଶେଖର ରେଡ୍ଡୀ ଦକ୍ଷିଣ ଭାରତରେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ସେ ଯେତେଥର ନିର୍ବାଚନ ଲଢିଥିଲେ ସେତେଥର ବିଜୟଲାଭ କରିଥିଲେ । ୨୦୦୩ ମସିହାରେ ସେ ତିନିମାସ ଧରି ୧୫ଶହ କିଲୋମିଟର ପଦଯାତ୍ରା କରିଥିଲେ । ଏହାର ପ୍ରଭାବରେ ୨୦୦୪ ଓ ୨୦୦୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା । ୨୦୦୯ ସେପ୍ଟେମ୍ବର ମାସରେ ଏକ ବିମାନ ଦୁର୍ଘଟଣାରେ ରାଜଶେଖର ରେଡ୍ଡୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କପୁଅ ଜଗନମୋହନ କଂଗ୍ରେସ ଛାଡି ଏକ ନୂଆଦଳ ଗଠନ କରିଥିଲେ । ଏବଂ ୨୦୧୯ ମସିହାରେ ଜଗନମୋହନଙ୍କ ୱାଇଏସଆର କଂଗ୍ରେସ ପ୍ରଚଣ୍ଡ ବିଜୟଲାଭ କରିଥିଲା ।

ଏବେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ରାଜଶେଖର ରେଡ୍ଡୀଙ୍କ ଲୋକପ୍ରିୟତା ଆଧାରରେ ଶର୍ମିଲାଙ୍କ ହାତରେ ଆନ୍ଧ୍ରପ୍ରଦେଶ କ୍ୟାମ୍ପନିଂର ଦାୟିତ୍ୱ ଦେଇପାରେ । ଶର୍ମିଲା ୨୦୧୯ ମସିହାରେ ଭାଇ ଜଗନମୋହନଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପାଇଁ ପ୍ରଚାର କରିଥିଲେ । ହେଲେ କିଛି ମତଭେଦ କାରଣରୁ ସେ ଭାଇଙ୍କ ଠାରୁ ଅଲଗା ହୋଇ ୱାଇଏସଆରଟିପି ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ସେ ତେଲେଙ୍ଗାନାରେ ପଦଯାତ୍ରା ମଧ୍ୟ କରିଛନ୍ତି । ଶର୍ମିଲାଙ୍କ ସ୍ୱାମୀ ଅନିଲ କୁମାର ଆଜି କହିଛନ୍ତି କି, ଶର୍ମିଲା କଂଗ୍ରେସରେ ଯୋଗଦେବା ପରେ ଏହା ଆନ୍ଧ୍ର ରାଜନୀତିରେ ବଡ ପ୍ର