source : ABP News - ABP Live
ନରୱେର ଜଣେ ୟୁଟ୍ୟୁବର Harald Baldr, ଯିଏ ନିଜର ପ୍ରସିଦ୍ଧ ଟ୍ରାଭେଲ ବ୍ଲଗ୍ ପାଇଁ ଜଣାଶୁଣା । ସେ ନିକଟରେ ଭାରତ ଆସିଥିଲେ ଏବଂ ରାସ୍ତାକଡରେ ଥିବା ବାରିକ ଠାରୁ ଚୁଟି କଟାଇଲେ । ସେ ୨୦ ଟଙ୍କା ବଦଳରେ ସେହି ବାରିକକୁ ୨୮ହଜାର ଟଙ୍କା ଦେଇଦେଲେ । ଏହି ଘଟଣା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିଦେଇଥିବ ।
ସେ ନିଜ ଭାଇରାଲ ଭିଡିଓରେ ରାସ୍ତାରେ ବୁଲୁଥିଲେ, ସେତେବେଳେ ସେ ଚୁଟି କାଟିବା ପାଇଁ ଭାବିଲେ । ସେ ରାସ୍ତାରେ ଥିବା ଏକ ବାରିକ ଦୋକାନରେ ଅଟକିଲେ ଓ ଚୁଟି କାଟିବା ପାଇଁ କହିଲେ । ସେ ଚୁଟି କାଟିସାରିବା ପରେ ବାରିକ ସହିତ ସେଲଫି ନେଲେ ଓ ତାଙ୍କୁ ପଚାରିଲେ ୨୦ ଟଙ୍କା କି? ୟୁଟ୍ୟୁବରଙ୍କୁ ଡର ଥିଲା ଯେ, ତାଙ୍କ ଠାରୁ ଅଧିକ ଟଙ୍କା ନିଆଯିବ । କିନ୍ତୁ ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କି ବାରିକ ଜଣକ ମାତ୍ର ୨୦ ଟଙ୍କା ନେଲେ । ବାରିକ ଜଣଙ୍କ ସଚ୍ଚୋଟତା ଦେଖି ସେ ଖୁସି ହୋଇଗଲେ ଓ ତୁରନ୍ତ ନିଜ ପକେଟରୁ ୪୦୦ ଡଲାର ଅର୍ଥାତ୍ ୨୮ହଜାର ଟଙ୍କା ବାହାର କରି ବାରିକକୁ ଦେଇଦେଲେ ।
ସେ ଜଣେ ଇଂରାଜୀ ବୁଝିପାରୁଥିବା ବ୍ୟକ୍ତିଙ୍କ ମାଧ୍ୟମରେ ବାରିକକୁ ଜଣାଇଲେ କି, ସେ ଏହି ଟଙ୍କାରେ ଚୁଟି କାଟିବାର ନୂଆ ନୂଆ ତରିକା ଶିଖନ୍ତୁ ଓ ଜିନିଷ କିଣନ୍ତୁ ଏବଂ ନିଜ ପରିବାରର ଧ୍ୟାନ ରଖନ୍ତୁ । ତା’ପରେ ସେ ବାରିକ ସହିତ ଗୋଟିଏ କପ୍ କଫି ପିଇଲେ । ସୂଚନାଯୋଗ୍ୟ, Harald ନିକଟରେ ଏକ ସରକାରୀ ସ୍କୁଲକୁ ଚାନ୍ଦା ରୂପେ ୭୦ହଜାର ଟଙ୍କା ଦେଇଛନ୍ତି ଏବଂ ତାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇଛନ୍ତି ।
Follow Us
/kanak/media/post_attachments/wp-content/uploads/2019/02/haircut-1-300x154.png)
/kanak/media/post_attachments/wp-content/uploads/2019/02/harald-baldr-haircut-300x200.png)