ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ବନ ବିଭାଗ ପରେ ଏବେ ଇଡି କରିବ ମାମଲାର ତଦନ୍ତ ।

708

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବନ ବିଭାଗ ପରେ ତାଙ୍କୁ ଟାର୍ଗେଟ କରିଛି ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ରାଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଏବେ ଏହି ମାମଲାର ତଦନ୍ତ କରିବା ଇଡି । ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସେଥିରୁ କେତେ ଟଙ୍କା ଉପାର୍ଜନ କରିଛନ୍ତି । ଏବଂ ପୁରା ଘଟଣାର ତଦନ୍ତ କରିବ ଇଡି ।