ୟୁଟ୍ୟୁବର ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି, ସବୁ ମାମଲା ବିହାରକୁ ସ୍ଥାନାନ୍ତର।

ୟୁଟ୍ୟୁବର ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି, ସବୁ ମାମଲା ବିହାରକୁ ସ୍ଥାନାନ୍ତର।

କନକ ବ୍ୟୁରୋ: ସୁପ୍ରିମକୋର୍ଟ ଶୁକ୍ରବାର ମନୀଷ କଶ୍ୟପଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ଏଠାକି ଯୋଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କଶ୍ୟପଙ୍କ ବିରୋଧରେ ଥିବା ସମସ୍ତ ଏଫଆଇଆରକୁ ବିହାରକୁ ବଦଳି କରିଛନ୍ତି । ତାଙ୍କ ବିରୋଧରେ ବିହାର ଏବଂ ତାମିଲନାଡୁରେ ଅନେକ ମାମଲା ରୁଜୁ ହୋଇଛି ।

ସେହିଭଳି କୋର୍ଟ ତାଙ୍କ ବିରୋଧରେ ଲାଗିଥିବା ଏନଏସଏକୁ ଚ୍ୟାଲେଞ୍ଜ କରିବା ଏବଂ ଏଫଆଇଆରକୁ ରଦ୍ଦ ନେଇ ହୋଇଥିବା ଆବେଦନ ପ୍ରସଙ୍ଗରେ ବିହାର ଏବଂ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଶୁକ୍ରବାର ଏହି ମାମଲା ଉପରେ ଶୁଣାଣି ହେବ ।

କୋର୍ଟରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଓକିଲ ଥିବା କପିଲ ସିବଲ ଦଲିଲ ପେଶ କରିଥିଲେ । ସେ କହିଥିଲେ ଯେ, ମନୀଷ କଶ୍ୟପ ମିଥ୍ୟା ଖବର ପରିବେଷଣ କରୁଛନ୍ତି । ତାଙ୍କର ୬୦ ଲକ୍ଷ ଫଲୋଅର୍ସ ଅଛନ୍ତି । ସେ କେବଳ ତଥ୍ୟ ପୋଷ୍ଟ କରିନାହାନ୍ତି ଏଥିପାଇଁ ତାମିଲନାଡୁ ଯାଇ ଭିଡିଓ ମଧ୍ୟ ତିଆରି କରିଥିଲେ । ସେ ସେଠାରେ ଯାଇ ଦାବି କରିଥିଲେ ଯେ ବିହାରୀଙ୍କ ଉପରେ ଆକ୍ରମଣ କରାଯାଉଛି । ସେ ଏହି ଘଟଣାକୁ ଥରେ ନୁହେଁ ଫେସବୁକରେ ତିନି ଥର ପୋଷ୍ଟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe