କନକ ବ୍ୟୁରୋ : ନୋଏଡା ଜେଲରେ ବନ୍ଦ ଥିବା ୟୁଟ୍ୟୁବର ଏଲଭିସ ଯାଦବଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେ ମାର୍ଚ୍ଚ ୧୭ ତାରିଖରୁ ଜେଲରେ ଥିଲେ, ତାଙ୍କୁ ୫୦ ହଜାର ଟଙ୍କା ବେଲ ବଣ୍ଡ ଆଧାରରେ ଜାମିନ ଦିଆଯାଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଉାର୍ଚ୍ଚ ୧୭ ତାରିଖରେ ନୋଏଡା ପୋଲିସ ଜେରା ପାଇଁ ଏଲଭିସଙ୍କୁ ଡାକିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ପୋଲିସ ତାଙ୍କୁ ଜେଲରେ ଉପସ୍ଥିତ କରାଇ ୧୪ ଦିନିଆ ରିମାଣ୍ଡରେ ଆଣିଥିଲା । ଏହାପରେ ନୋଏଡା ପୋଲିସ ସାପ ବିଶ କାରବାର ମାମଲାରେ ଆଉ ଦୁଇ ଅଭିଯୁକ୍ତ ଇଶ୍ୱର ଓ ବିନୟକୁ ଗିରଫ କରିଥିଲା ।
ଏଲଭିସଙ୍କୁ ଗିରଫ କରିଥିବା ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ରା କହିଛନ୍ତି କି, ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ ୧୯୭୨ କ୍ରମରେ ଏଲଭିସଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ଏବେ ଏଲଭିସ ଯାଦବଙ୍କ ବ୍ୟତୀତ ଏହି ମାମଲାରେ ଯେଉଁ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ଜେରା କରାଯିବ ।