କନକ ବ୍ୟୁରୋ: ଏପିସୋଡ୍ ବଢିବା ସାଙ୍ଗକୁ ମଜାଦାର ହୋଇଚାଲିଛି ରିଆଲିଟି ଶୋ’ ବିଗବସ୍ ଓଟିଟି-୨ । ଶୋ’ରେ ଏଣ୍ଟରଟେନମେଣ୍ଟ ଡୋଜକୁ ଆହୁରି ବଢାଇବାକୁ ଆସିଥିଲେ ଏଲୱିସ୍ ଯାଦବ ଓ ଆଶିକା ଭାଟିଆ । ଏ ଦୁଇଜଣ କଣ୍ଟେଣ୍ଟ କ୍ରିଏଟର । ଶୋ’ରେ ଦୁଇଜଣ ନିଜର ଦବଦବା ଦେଖାଇସାରିଛନ୍ତି । ଏବେ ଏହି ଶୋ’କୁ ଆହୁରି ମଜାଦାର କରିବାକୁ ଏଣ୍ଟ୍ରି କରିବେ ଲୋକପ୍ରିୟ ଯୁଟ୍ୟୁବର ଧ୍ରୁବ ରାଠି । ଖୁବ ଶୀଘ୍ର ସେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟବନିବେ ବୋଲି ସୂଚନା ରହିଛି ।

Advertisment

 ଏନେଇ ଶୋ’ ମ୍ୟାନେଜମେଣ୍ଟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଶୋ’ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ରହିଛି । କହିରଖୁଁ , ଧ୍ରୁବରାଠି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ  । ରାଜନୀତି ସହ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଲୋକପ୍ରିୟ କଣ୍ଟେଣ୍ଟ ବନାଇବାରେ ସେ ଧୁରୀଣ । ଏବେ ୟୁଟ୍ୟୁବରେ ତାଙ୍କର ୧୧. ୮ ମିଲିଅନ୍ ସବସ୍କ୍ରାଇବର ଅଛନ୍ତି ।