କନକ ବ୍ୟୁରୋ : ଲୋକପ୍ରିୟ ୟୁଟ୍ୟୁବର ତଥା ହାସ୍ୟଭିନେତା ଦେବରାଜ ପଟେଲଙ୍କର ମୃତ୍ୟୁ ହୋଇଛି । ଛତିଶଗଡ଼ ରାୟପୁରରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦିଲ୍‌ ସେ ବୁରା ଲଗତା ହୈ ଭାଇ ମେମ୍‌ ପାଇଁ ସେ ବେଶ୍‌ ପରିଚିତ ଥିଲେ । ଦେବରାଜ ତାଙ୍କ ସାଙ୍ଗଙ୍କ ସହିତ ବାଇକ୍‌ରେ ଯାଉଥିବାବେଳେ ପଛକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା ।

Advertisment

ଦେବରାଜଙ୍କ ସାଙ୍ଗ ବାଇକ ଚଳାଉଥିଲା । ହାସ୍ୟଭିନେତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ଦେବରାଜଙ୍କ ୟୁଟ୍ୟୁବ ଚ୍ୟାନେଲରେ ୪ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଇନଷ୍ଟ୍ରାଗ୍ରାମରେ ୫୭ ହଜାରରୁ ଅଧିକ ଫ‌ଲୋଅର ଅଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କ ମୃତ୍ୟୁରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।