କନକ ବ୍ୟୁରୋ : ବିଗବସ୍ ବିଜେତା ତଥା ପ୍ରସିଦ୍ଧ ୟୁଟ୍ରୁବର ଏଲଭିସ ଯାଦବଙ୍କ ପାଇଁ ପୁଣି ଅଡୁଆ ବଢିଛି । ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାରକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ଅଭିଯୋଗକୁ ଏଲଭିସ ଖଣ୍ଡନ କରିଥିଲେ ବି ସହଯୋଗୀ ରାହୁଲଙ୍କ ପ୍ରମାଣ ଏବେ ଏଲଭିସଙ୍କ ପାଇଁ ଅଡୁଆ ବଢାଇଛି । ଏବେ ଦୁଇଟି ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି । ଏଥିରେ ରେଭ୍ ପାର୍ଟିର ଏଜେଣ୍ଟ ରାହୁଲ ଯାଦବ ଅନ୍ୟଜଣଙ୍କ ସହ କଥା ହେଉଛନ୍ତି । ଏହି ବାର୍ତ୍ତାଳାପ ଭିତରେ ସାପ ବିଷ ଓ ଏଲଭିସ୍ ଯାଦବଙ୍କ ନାମ ବାରମ୍ବାର ନିଆଯାଇଛି ।

Advertisment

ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ସ ଫର ଆନିମାଲ ସାପ ଚୋରା ଚାଲାଣ କରୁଥିବା ବ୍ୟବସାୟୀଙ୍କ ଉପରେ ଏକ ଜାଲ ବିଛାଇ ଥିଲେ । ଅନେକ ଦିନ ହେବ ରାହୁଲ ଯାଦବ ନାମକ ଜଣେ ଯୁବକଙ୍କ ସହ ପିଏଫଏର ଲୋକମାନେ କଥା ହେଉଥିଲେ । ଏହି ବାର୍ତ୍ତାଳାପ ରେ ପିଏଫଏର ଟିମ ସାପ ଓ ସାପ ବିଷ ଚୋରା ଚାଲାଣର ପ୍ରମାଣ ମିଳିଛି । ଏହି ଷ୍ଟିଙ୍ଗ ଅପରେସନ କ୍ରମରେ ଏଲଭିସ ଯାଦବଙ୍କ ପାର୍ଟିରେ ସାପ ବିଷ ବ୍ୟବହାର ହେଉଥିବା କଥା କହିଛନ୍ତି ।

ସେପଟେ ନୋଏଡା- ଛତ୍ରପୁରରେ ହୋଇଥିବା ରେଭ୍ ପାର୍ଟିକୁ ନେଇ ରାହୁଲ କହୁଛନ୍ତି କି, ଏହି ପାର୍ଟିରେ ସେ ସାପ ବିଷ ଯୋଗାଇଥିଲେ । ଏଠାରେ କେହି ଜଣେ ବିଦେଶୀଙ୍କର ଜନ୍ମଦିନ ପାଳନ ହେଉଥିଲେ । ରାହୁଲ ଏହାକୁ ରେଭ୍ ପାର୍ଟି ବୋଲି କହିଛନ୍ତି । ଏହାସହ ଏଭଳି ରେପ ପାର୍ଟି କରିବାକୁ ସେ ଅନେକଥର ବିଦେଶ ଯାଇଛନ୍ତି । ଏହି କାମ ସେ ୧୫ ବର୍ଷ ହେବ କରୁଛନ୍ତି । ଫୋନରେ ରାହୁଲ କହିଛନ୍ତି କି, ତାଙ୍କ ପାଖରେ ଅନେକ ପ୍ରକାରର ଅଜଗର ସାପ ରହିଛନ୍ତି । ରାହୁଲଙ୍କ ମୁତାବକ ଏହି ପାର୍ଟି ଏଲଭିସଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ।