କନକ ବ୍ୟୁରୋ : ସବୁଆଡେ ଏବେ ଶୁଭୁଛି ଜୟ ଜଗନ୍ନାଥଙ୍କ ଧ୍ୱନି । ଆସନ୍ତାକାଲି ରଥଯାତ୍ରା ଥିବାରୁ ଦେଶ ବିଦେଶରୁ ଭକ୍ତ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିଛନ୍ତି । ଏହାରି ଭିତରେ ଅଛନ୍ତି ଜଗନ୍ନାଥ ପ୍ରେମୀ ଅତୁଲ କ୍ରିଷ୍ଣା । ସେ ବି ବଡଦାଣ୍ଡରେ ପହଞ୍ଚିଛନ୍ତି । ରଥଯାତ୍ରାରେ ସାମିଲ ହୋଇ କାଳିଆକୁ ଟିକେ ରଥ ଉପରେ ଦର୍ଶନ କରିବା ପାଇଁ ।
ସେ କହିଛନ୍ତି କି ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ଦୀର୍ଘ ବର୍ଷ ଧରି ପୁରୀଧାମ ଆସି କାଳିଆଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଆସିପାରୁନାହାନ୍ତି । ଏବଂ ସେ ତାଙ୍କର ଭିଡିଓ ମାଧ୍ୟମରେ ସାରା ବିଶ୍ୱରେ ରହୁଥିବା ଜଗନ୍ନାଥପ୍ରେମୀଙ୍କୁ ଜଗନ୍ନାଥଙ୍କ ଦର୍ଶନ କରାଉଛନ୍ତି ଏବଂ ଏଥିପାଇଁ ବଡ଼ଠାକୁର ହିଁ ତାଙ୍କ ଶକ୍ତି ଯୋଗାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/vlcsnap-2022-06-30-12h39m11s098.png)