କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା । ବାଙ୍କୀ ମାଟିରେ ଫଳିଛି ବେଦେଶୀ ଫଳ । ୟୁଟୁବ୍ ଦେଖି ବାଙ୍କୀ ମାଟିରେ ବିଦେଶୀ ଡ୍ରାଗନ ଫୁଡ଼ ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଭୁବନେଶ୍ୱର ଅଞ୍ଚଳର ଶଶାଙ୍କ ଶେଖର ପରିଡ଼ା ।
ବାଙ୍କୀରେ ଫଳିଛି ବିଦେଶୀ ଫଳ । ଯୁବ ଚାଷୀଙ୍କ ଦ୍ୱାରା ସଫଳ ହୋଇଛି ଡ୍ରାଗନ୍ ଫ୍ରୁଟ୍ ଚାଷ । ଡମପଡ଼ା ଅଂଚଳର ଶଶାଙ୍କ ପରିଡ଼ା ନିଜର ଦୃଢ଼ ଇଛାଶକ୍ତି ଓ ପରିଶ୍ରମ ବଳରେ କରିଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷ । ପ୍ରଥମେ ଶଶାଙ୍କ ୟୁଟ୍ୟୁବ ଦେଖି ୬ଟି ଡ୍ରାଗନ ଫ୍ରୁଟ୍ ଗଛ ଲଗାଇଥିଲେ । ସେଥିରେ ଫଳିଥିବା ନାଲି ଡ୍ରାଗନ ଫ୍ରୁଟ୍ ବେଶ ମିଠା ଓ ଉନ୍ନତ ମାନର ଫଳ ହୋଇଥିବାରୁ ଶଶାଙ୍କ ତାଙ୍କର ୫ ରୁ ୭ ଏକର ଜମିରେ ୩ ହଜାର ଡ୍ରାଗନ ଫ୍ରୁଟ୍ ଚାରା ଲଗାଇଛନ୍ତି । ମାତ୍ର ୮ ରୁ ୯ ମାସ ଭିତରେ ଏହି ଡ୍ରାଗନ ଫ୍ରୁଟ୍ ଫଳିବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶଶାଙ୍କ ୩୦ ରୁ ୪୦ କିଲୋ ଡ୍ରାଗନ ଫ୍ରୁଟ୍ ଅମଳ କରିଥିବା ବେଳେ ବର୍ତମାନ ୩ କ୍ୱିଂଟାଲରୁ ଅଧିକ ଡ୍ରାଗନ ଫ୍ରୁଟ଼ ଅମଳ ହୋଇଥିବା କହିଛନ୍ତି ଶଶାଙ୍କ ।
ଶଶାଙ୍କ ପରିଡ଼ାଙ୍କ ଏହି ଡ୍ରାଗନ ଫ୍ରୁଟ୍ ଚାଷ ପଛରେ ରହିଛି ତାଙ୍କର ପିଲା ବେଳର ବନ୍ଧୁ ସୌମେନ୍ଦ୍ର ମିଶ୍ରଙ୍କ ହାତ । ଶଶାଙ୍କ ଓ ସୌମେନ୍ଦ୍ର ଦୁଇ ବନ୍ଧୁ ମିଶି ବାଙ୍କୀ ମାଟିରେ ଏହି ବିଦେଶୀ ଫଳ ଚାଷ କରିଛନ୍ତିି । ଡ୍ରାଗନ ଫ୍ରୁଟ୍ ଚାଷରେ ଜଳ ସେଚନ, ଫଳ ପନିପରିବା ଶ୍ରେଣୀ କରଣ ଏବଂ ପ୍ୟାକିଂ ଗୃହ ଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ସମସ୍ତ ପ୍ରକାର ସୁବିଧା ସୁଯୋଗ । ଶଶାଙ୍କ ପରିଡ଼ା ନିଜର ବାଡ଼ିରେ ଏହି ବିଦେଶୀ ଫଳ ଚାଷ କରି ସେଥିରୁ ଉତ୍ପାଦନ ହେଉଥିବା ଡ୍ରାଗନ ଫ୍ରୁଟ୍ ଚାରା ଓ ଫଳ ଭୁବନେଶ୍ୱର ବଜାରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ୮ ରୁ ୧୦ ଜଣ ଶ୍ରମିକଙ୍କୁ ଏହି ଡ୍ରାଗନ ଫ୍ରୁଟ୍ ଚାଷରେ ନିୟୋଜିତ କରି ରୋଜଗାରକ୍ଷମ କରାଇଛନ୍ତି ।
ବଜାରରେ ଏହି ଫଳର ଚାହିଦା ରହିଥିବା ବେଳେ ବିକ୍ରି କରିବାରେ ମଧ୍ୟ ଅସୁବିଧା ହେଉନାହିଁ । ଏହି ଚାଷ କରି ସେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/01/vlcsnap-2024-01-28-19h46m48s969.jpg)