ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ଭୀମସେନ ।

202

କନକ ବ୍ୟୁରୋ; ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଭଲ ରୋଜଗାରର ଆଶା ରଖିଛନ୍ତି ଗଞ୍ଜାମ କର୍ପୁର ନୂଅ ଗାଁର ଭୀମସେନ ଦଳାଇ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରୁଣ ନେଇ ସେ ଏହି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଭୁବନେଶ୍ୱରରେ ତାଲିମ ମଧ୍ୟ ନେଇଛନ୍ତି । କୁଣ୍ଡ ନିର୍ମାଣ, ମାଛ ଜାଅାଁଳ ରକ୍ଷଣା ବେକ୍ଷଣା ପାଇଁ ତାଲିମ ନେବା ପରେ କଲିକତାରୁ ମାଛ ଜାଅାଁଳ ଆଣି ୩ଟି କୁଣ୍ଡରେ ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।

ଭୀମସେନ କୁହନ୍ତି, ଠିକ୍ ସମୟରେ ମାଛ କୁଣ୍ଡର ପାଣି ବାହାର କରିବା, ଅମ୍ଳଜାନ ପ୍ରଦାନ କରିବା ଓ ଜଳର ପି.ଏଚ. ସ୍ତର ମାପିବା ଓ ଉପଯୁକ୍ତ ବିହନ ଚୟନ କରି ଚାଷ କଲେ ଏହି ଚାଷରେ ଅଧିକ ଲାଭ ହୋଇଥାଏ । ତେବେ କୋଲକୋତାରୁ ଆଣିଥିବା ବିହନ ଯାଅାଁଳ ଏବେ ୧୦୦ ଗ୍ରାମ ପର୍ଯ୍ୟନ୍ତ ବଢ଼ିଲେଣି । ଆଗକୁ ଏଥିରୁ ତାଙ୍କୁ ଭଲ ଲାଭ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି କାମରେ ୪ରୁ ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ସକାଳୁ ମାଛ ଦାନା ଦେବା ଠାରୁ ଆରମ୍ଭ କରି କୁଣ୍ଡ ସଫା କରିବା ଓ ଅନନ୍ୟ କାମରେ ସହଯୋଗ କରନ୍ତି କର୍ମଚାରୀ ।

ନୂଆ ପ୍ରଣାଳୀରେ ମାଛ ଚାଷ କରୁଥିବାରୁ ସ୍ଥାନୀୟ ଅଂଚଳର ଲୋକମାନେ ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତାଙ୍କ ନିକଟକୁ ଆସି ଏହି ଚାଷ ବିଷୟରେ ବୁଝି ନେଉଛନ୍ତି ।