କନକ ବ୍ୟୁରୋ : ୟୁଟ୍ୟୁବମୁଖ୍ୟାଳୟରେ ଗୁଳିକାଣ୍ଡ । ଏଥିରେ ଜଣଂକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଜଣଂକର ଅବସ୍ଥା ସଂକଟାପନ୍ନ ରହିଛି । ଆମେରିକାର ସାନବ୍ରୁନରେ ଥିବା ୟୁଟ୍ୟୁବ ଅଫିସରେ ଜଣେ ମହିଳା ଅଚାନକ ଗୁଳି ଚଳାଇଥିଲେ । ଫଳରେ ୩ ଜଣ ଆହତ ହୋଇଛନ୍ତି । ପରେ ଆକ୍ରମଣକାରୀ ମହିଳା ଜଣଂକ ନିଜ ଉପରକୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଆକ୍ରମଣ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ପୁଲିସ ଏବିଷୟରେ ଅଧିକ ତଦନ୍ତ କରୁଛି । ୟୁଟ୍ୟୁବ ମୁଖ୍ୟାଳୟରେ ବହୁ ଭାରତୀୟ ମୂଳ ଆମେରିକୀୟ କାର୍ଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ, ଗୁଳିକାଣ୍ଡ ହେଉଛି ବୋଲି ୯୧୧ଟି ଫୋନ କଲ ପାଇ ସାନ ବ୍ରୁନୋ ସହରସ୍ଥିତ କମ୍ପାନି ପରିସରରେ ଅଧିକାରୀ ଏବଂ ଫେଡେରାଲ୍ ଏଜେଣ୍ଟମାନେ ବହୁ ସଂଖ୍ୟାରେ ପହଞ୍ଚି ଯାଇଥିଲେ। ଟେଲିଭିଜନ ନିଉଜ ଫୁଟେଜରେ ଦେଖା ଯାଉଛି ଲୋକେ ହାତ ଟେକି ଗୋଟିଏ ଧାଡ଼ିରେ କୋଠାରୁ ବାହାରି ଆସୁଛନ୍ତି। କାହା ପାଖରେ ଅସ୍ତ୍ରଶସ୍ତ୍ର ନାହିଁ ବୋଲି ନିଶ୍ଚିତ ହେବାକୁ ଅଫିସରମାନେ ସେମାନଙ୍କ ଦେହରେ ହାତ ବୁଲାଇ ଯାଞ୍ଚ କରୁଛନ୍ତି।
‘ୟୁଟ୍ୟୁବ’ କର୍ମଚାରୀ ଓ୍ଵାଦିମ୍ ଲାଓ୍ଵରୁସିକ୍ ଟୁଇଟର୍ ପୋଷ୍ଟରେ କହିଛନ୍ତି ଯେ ସେ ବନ୍ଧୁକ ଫୁଟିବା ଶବ୍ଦ ଶୁଣି ପାରିବା ସହ ଲୋକେ ଦୌଡ଼ାଦୌଡ଼ି କରୁଥିବାର ଦେଖିଥିଲେ। ନିରାପଦରେ ବାହାରକୁ ଛଡ଼ା ଯିବା ପୂର୍ବରୁ ତାଙ୍କ ସହକର୍ମୀଙ୍କ ସହ ଗୋଟିଏ ଘରେ ବନ୍ଦ କରି ରଖାଯାଇଥିଲା। ସାନ୍ ଫ୍ରାନସିସକୋ ଜେନେରାଲ ହସପିଟାଲ ତିନି ଜଣ ରୋଗୀ ଗ୍ରହଣ କରିଛି। ସେମାନେ ହେଲେ ସାଙ୍ଘାତିକ ଅବସ୍ଥାରେ ଥିବା ଜଣେ ୩୬ ବର୍ଷିୟ ଲୋକ, ଜଣେ ୩୨ ବର୍ଷୀୟ ମହିଳା ଏବଂ ସାମାନ୍ୟ ଆହତ ଜଣେ ୨୭ ବର୍ଷୀୟ ମହିଳା। ରୋଗୀ ସଂଖ୍ୟା ଅଧିକ ହୋଇପାରେ ବୋଲି ଡାକ୍ତରଖାନା ଆଶା କରୁଛି। ପୁଲିସ ଅଧିକାରୀଙ୍କ ସହ କମ୍ପାନ ସହଯୋଗ କରୁଛି ବୋଲି ଟୁଇଟର ଯୋଗେ ଗୁଗଲ କହିଛି। ଏ କଥା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ମଧ୍ୟ ଜଣାଇ ଦିଆଯାଇଥିବା କଥା ହ୍ଵାଇଟ ହାଉସ କହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/1518707320838.jpg)
/kanak/media/post_attachments/wp-content/uploads/2018/04/29906170001_5763383920001_5763377811001-vs-300x300.jpg)
/kanak/media/post_attachments/wp-content/uploads/2018/04/youtube-300x169-300x169.jpg)