କନକ ବ୍ୟୁରୋ : ୟୁଟ୍ୟୁବ ଖୋଲିଲେ ଆପଣ କୋଭିଡ ସମ୍ପର୍କିତ ଓ ସାସ୍ଥ୍ୟ ସମ୍ବନ୍ଧିତ ଅନେକ ଭିଡିଓ ପାଇବେ । ତେବେ ମିଛ ଖବର ଓ ଭୁଲ ସୂଚନା ଦେଉଥିବା ଯୋଗୁଁ ୟୁଟ୍ୟୁବ ପ୍ରାୟ ୧୦ ଲକ୍ଷ ଭିଡ଼ିଓକୁ ଏହାର ପ୍ଲାଟଫର୍ମରୁ ହଟାଇ ଦେଇଛି । ୟୁଟ୍ୟୁବର ଚିଫ୍ ପ୍ରଡ଼କ୍ଟ ଅଫିସର ନିଲ ମୋହନ ଏକ ବ୍ଲଗ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କର ସୂଚନା ଅନୁସାରେ ୟୁଟ୍ୟୁବରେ ଅପଲୋଡ ହେଉଥିବା ଭିଡିଓ ମଧ୍ୟରୁ ୧୬ ପ୍ରତିଶତରୁ ୧୮ ପ୍ରତିଶତ ଭିଡିଓ ନିୟମ ଉଲ୍ଲଙ୍ଘନ ହୋଇଥାଏ, ଆଉ ଏସବୁକୁ ପରେ ହଟାଇ ଦେଇଥାଏ ୟୁଟ୍ୟୁବ ।
କରୋନା ନେଇ ବିଭ୍ରାନ୍ତିକର ସୂଚନା ଭରା ୧ ନିୟୁତ ଭିଡିଓ ହଟାଇଲା ୟୁଟ୍ୟୁବ
/kanak/media/post_attachments/wp-content/uploads/2021/08/shutterstock_1457601002-760x400-1.png)