ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍ : ଟିକଟକ୍ ଭଳି କରିପାରିବେ ଭିଡିଓ

217

କନକ ବ୍ୟୁରୋ : ପ୍ରଥମରୁ ଭାରତରେ ଅନେକ ଲୋକ ଟିକଟକକୁ ବହୁତ ପସନ୍ଦ କରିଥିଲେ । ହେଲେ ଏଭଳି ଏକ ସମୟ ଆସିଲା ଯେ ଶେଷରେ ଟିକଟକୁ ଅନେକ ଲୋକ ନିନ୍ଦା ମଧ୍ୟ କରିଥିଲେ । କିନ୍ତୁ ଟିକଟକ ଭାରତରେ ବେଶ ଲୋକପ୍ରିୟ ରହିଥିଲା । ଏହା ବ୍ୟାନ ହେବା ପରେ ଅନେକ କମ୍ପାନୀ ନିଜ ସର୍ଟ ଭିଡିଓ ଆପ ଲଞ୍ଚ କରିଥିଲେ । ଏହା ମଧ୍ୟରେ ଏବେ ୟୁଟୁବ ମଧ୍ୟ ସର୍ଟସ୍ ନାଁରେ ଏକ ସର୍ଟ ଭିଡିଓ ଆପ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏଥିରେ ୟୁଜର୍ସମାନେ ଟିକଟକ ଭଳି ଭିଡିଓ କରିପାରିବେ ବୋଲି କୁହା ଯାଉଛି ।

ୟୁଟୁବ ମାଲିକ ବର୍ତ୍ତମାନ ଏହି ଆପକୁ ଡାଟା ମୁଡ୍ ରେ ଭାରତରେ ଲଞ୍ଚ କରିଛନ୍ତିି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ପ ର୍ଯ୍ୟାୟରେ ରହିଛି । ଆଗାମୀ ସମୟରେ ଏହି ଆପରେ ଅନେକ ପରିବର୍ତ୍ତନ ହୋଇପାରେ ।

ସର୍ଟ ଭିଡିଓ ଆପ ରେସରେ ଆଗରେ ରହିବ ୟୁଟୁବ
ଟିକଟକ ଚାଲିଥିବା ସମୟରେ କିଛି ସର୍ଟ ଭିଡିଓ ଆପ ରହିଥିଲା ହେଲେ ଏଗୁଡିକର ଚାହିଦା ଏତେ ନଥିଲା । ହେଲେ ଟିକଟକ୍ ବ୍ୟାନ ହେବା ପରେ ଏହାର ଅଡିଏନ୍ସଙ୍କୁ ନିଜ ଆଡକୁ ଟାଣିବାକୁ ଅନେକ ସର୍ଟ ଭିଡିଓ ଆପ ମୈଦାନକୁ ଓହ୍ଲାଇ ପଡିଥିଲେ । ଏମଏସ୍ ଟକାଟକ, ଇନଷ୍ଟାଗ୍ରାମ ରିଲ୍, ରୋପୋସୋ, ଚିଙ୍ଗାରି ଭଳି ଆପ ଏହି ରେସରେ ସାମିଲ ଅଛନ୍ତି ।

ବର୍ତ୍ତମାନ ୟୁଟୁବ ମଧ୍ୟ ଏହି ରେସକୁ ଓହ୍ଲାଇଛି । ୟୁଟୁବର ମଧ୍ୟ ଅନେକ ଅଡିଏନ୍ସ ରହିଛନ୍ତି । ତେବେ ଏହି ଅଡିଏନ୍ସ ମାନଙ୍କ ମାଧ୍ୟମରେ ୟୁଟୁବ ସର୍ଟସ ଏହାର ଫାଇଦା ଉଠାଇପାରେ । ଅନ୍ୟପକ୍ଷରେ ଆମେରିକାରେ ମଧ୍ୟ ଟିକଟକ୍ ବ୍ୟାନ ହେବା ପରିସ୍ଥିତିରେ ରହିଛି । ଯଦି ଆମେରିକାରେ ଟିକଟକ ବ୍ୟାନ ହୋଇଯାଏ ତେବେ ଆମେରିକାର ଟିକଟକ ଅଡିଏନ୍ସକୁ ୟୁଟୁବ ସର୍ଟସ ନିଜ ଆଡୁକୁ ଟାଣିବାରେ ସଫଳ ହେବ ।

ୟୁଟୁବ ଏଭଳି ଫିଚର ପ୍ରଥମ ଥର ପାଇଁ ଆଣୁନାହିଁ । ପୂର୍ବରୁ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରି ପରି ୟୁଟୁବ ଷ୍ଟୋରି ଆରମ୍ଭ ହୋଇଛି । ଯାହାକୁ ପ୍ରତି ମାସରେ ପ୍ରାୟ ଦୁଇ କୋଟି ଲୋକ ବ୍ୟବହାର କରୁଛନ୍ତି । ସେହିପରି ଫେସବୁକ ମଧ୍ୟ ଟିକଟକ ଭଳି ଏକ ଫିଚର ଆଣୁଛି ଯାହା ବର୍ତ୍ତମାନ ବ୍ରାଜିଲରେ ପରୀକ୍ଷା କରାଯାଉଛି ।