ସେନାରେ ଭର୍ତ୍ତି ପାଇଁ ଜାମ୍ମୁ-କାଶ୍ମୀରର ଯୁବପିଢ଼ିଙ୍କ ବଢ଼ିଲା ଜୋଶ୍, ବାରାମୁଲାରେ ଜମିଲା ଯୁବକଙ୍କ ଭିଡ

369

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଜାମ୍ମୁ-କାଶ୍ମୀରର ଆଉ ଏକ ବର୍ଗ କ୍ରୋଧିତ ଥିବା ଦେଖିବାକୁ ମିଳିଛି । କିନ୍ତୁ ସେନା ଏମିତି ଏକ ଭିଡିଓ ଜାରି କରିଛି, ଯାହାପରେ କାଶ୍ମୀରର ଯୁବକଙ୍କ ପ୍ରତି ଆପଣଙ୍କ ଭାବନା ବଦଳିଯିବ । ସୋସିଆଲ ମିଡିଆରେ ସେନା ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଅଧିକ ସଂଖ୍ୟାରେ କାଶ୍ମୀରର ଯୁବକ ସେନାରେ ସାମିଲ ହେବା ପାଇଁ ଏକାଠି ହୋଇଛନ୍ତି ।

ସେନା ଟ୍ୱିଟ୍ କରି କହିଛି କି, ସୈନ୍ୟଦଳରେ ସାମିଲ ହେବା ପାଇଁ କାଶ୍ମୀରର ଯୁବକ ଅଧିକ ସଂଖ୍ୟାରେ ଆସିଛନ୍ତି । ଗାଣ୍ଟାମୁଲା ଓ ବାରାମୁଲାରେ ଭର୍ତ୍ତି ପାଇଁ ଲୋକଙ୍କୁ ଡକାଯାଇଥିଲା । ଦେଶଭକ୍ତିର ମନୋଭାବ, ସେନାରେ ଭଲ ଜୀବନ ଓ କ୍ୟାରିୟରର ଏକ ବିଚାର କାଶ୍ମୀରର ଯୁବକଙ୍କୁ ଆକର୍ଷିତ କରେ । ସେଥିରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ୍ କରି କହିଛନ୍ତି କି, “କୁହନ୍ତି କି ପ୍ରତ୍ୟେକ ମୁଦ୍ରାର ଦୁଇଟି ପାଶ୍ୱର୍ ଥାଏ । ପାକିସ୍ତାନକୁ ଏହା ଦୃଢ଼ ଜବାବ, ଯିଏ ଭାବେ କି କିଛି ବିପଥଗାମୀ ଯୁବକଙ୍କୁ ବ୍ୟବହାର କରି କାଶ୍ମୀରକୁ ହାତେଇ ନେବ । କାଶ୍ମୀର ଆମର ଥିଲା, ଆମର ଅଛି ଓ ଆମର ରହିବ । ଜୟ ହିନ୍ଦ ।”

ପୁଲୱାମାରେ ୧୪ ଫେବୃୟାରୀକୁ ସିଆରପିଏଫର ଏକ ସମୂହ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ଦେଶର ଅନେକ ଭାଗରେ କିଛି କାଶ୍ମୀରୀ ଲୋକଙ୍କୁ ଟାର୍ଗେଟ କରାଯିବାର ଦାବି କରାଯାଉଛି ।