କନକ ବ୍ୟୁରୋ: ଅଖାରେ ଭର୍ତି ହୋଇ ପୋଖରୀରେ ଭାସିଲା ଯୁବକଙ୍କ ମୃତଦେହ । କଟକ ନିଆଳି କବିଚନ୍ଦ୍ରପୁର ସାହୁ ସାହିର ବୁଲୁ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ତିନି ତାରିଖରୁ ନିଖୋଜ ଥିଲେ । ଧାନକଟା ମେସିନର ହିସାବ କରୁଥିବା ଯାଇ ଆଉ ସେ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ତାଙ୍କ ପତା ନମିଳିବାରୁ ତାଙ୍କ ସ୍ତ୍ରୀ କସର୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ଆଜି ଗାଁ ପାଖ ପୋଖରୀରେ ଅଖାରେ ଭର୍ତି ହୋଇଥିବା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ହତ୍ୟା କରି ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଛି । କିଏ ଓ କାହିଁକି ବୁଲୁଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।