କନଷ୍ଟେବଲ ପରୀକ୍ଷାରେ ଏମିତି ଉପାୟରେ କପି କରୁଥିଲେ ଯୁବକ, ଧରିଲା ପୋଲିସ... ଦେଖନ୍ତୁ ଭିଡିଓ

କନଷ୍ଟେବଲ ପରୀକ୍ଷାରେ ଏମିତି ଉପାୟରେ କପି କରୁଥିଲେ ଯୁବକ, ଧରିଲା ପୋଲିସ... ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ: ପରୀକ୍ଷାରେ ନକଲ ବା କପି କରିବାକୁ ଆପଣାଇଲେ ଭିନ୍ନ ଉପାୟ, କିନ୍ତୁ ଶେଷରେ ଏହି ପ୍ଲାନ ଫସର ଫାଟିଯାଇଛି । ପୁଲିସ ବିଭାଗରେ କନେଷ୍ଟବଳ ନିଯୁକ୍ତି ପାଇଁ ଆୟୋଜିତ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଜଣେ ଯୁବକ ଅତ୍ୟାଧୁନିକ ଉପାୟରେ କପି କରୁଥିବାବେଳେ ପୁଲିସ ତାଙ୍କୁ ଧରିଛି । ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ଜଲଗାଓଁରେ ପୁଲିସ୍ କନେଷ୍ଟବଳ ନିଯୁକ୍ତି ପାଇଁ କରାଯାଇଥିବା ପରୀକ୍ଷାରେ ଜଣେ ୨୪ ବର୍ଷୀୟ ଯୁବକ ମାଇକ୍ରୋଚିପ୍ ଏବଂ ବ୍ଲୁଟୁଥ୍ ଡିଭାଇସ୍ ବ୍ୟବହାର କରି କପି କରୁଥିବାବେଳେ ଧରାପଡ଼ିଛନ୍ତି ।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ ନିଜ ଟ୍ୱିଟର ଆକାଉଣ୍ଟରେ ଜଣେ ପ୍ରାର୍ଥୀଙ୍କ କାନରୁ ଏକ ଛୋଟ ମାଇକ୍ରୋଚିପ୍ କଢ଼ାଯାଉଥିବାର ଭିଡିଓ ସେୟାର କରିଛନ୍ତି। ଅଭିଯୁକ୍ତ ଜଣକ ପ୍ରତାପ ସିଂ ବାଲୋଦ ବୋଲି ଜଣାପଡିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ “ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସିସିଟିଭିରେ ଏହି ଯୁବକ ଜଣକ ସନ୍ଦେହଜନକ ଭାବେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏପରିକି ସେ ଦୁଇଥର ଶୌଚାଳୟକୁ ମଧ୍ୟ ଯାଇଥିଲେ।

ଏହା ପରେ ଯୁବକଙ୍କୁ ଛାନଭିନ କରାଯିବାରୁ କାନରେ ଏକ ମାଇକ୍ରୋଚିପ୍ ମିଳିଥିଲା । ଆଇପିସିର ଧାରା ୪୨୦ରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ସେହିପରି ପୁଲିସ ଏବେ ତାଙ୍କ ସହଯୋଗୀଙ୍କୁ ଖୋଜିବା ଆରମ୍ଭ କରିଛି, ଯିଏ ତାଙ୍କୁ ଫୋନକଲ ମାଧ୍ୟମରେ ଉତ୍ତର ଦେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe