ଚନ୍ଦାପଣ ପାଇଁ ଚିନ୍ତିତ ଯୁବପିଢୀ! ଟେକ୍ନୋଲୋଜି କରୁଛି କମାଲ

270

କନକ ବ୍ୟୁରୋ: ବାଲା ଓ ଉଜଡା ଚମନ ଭଳି ବଲିଉଡର ଅନେକ ଚଳଚିତ୍ର ସମାଜରେ ଚନ୍ଦା ଲୋକଙ୍କ ସମସ୍ୟା ଓ ଚିନ୍ତାକୁ ସୁନ୍ଦର ଭାବରେ ଚିତ୍ରିତ କରିଛି । ଚନ୍ଦାପଣ ବା ଚୁଟିଛିଡିବା ଭଳି ଚିତ୍ର ସ୍ୱାଭାବିକ ଭାବରେ ଲୋକଙ୍କୁ ଚିନ୍ତାରେ ପକାଉଛି ଓ ଏହାକୁ ଦୂର କରିବାର ଉପାୟ ସମାଜ ଖୋଜୁଛି । ଏହିଭଳି ସମୟରେ ଚୁଟି ଛିଡୁଥିବା ଲୋକଙ୍କ ପାଇଁ ବରଦାନ ସାଜିଛି ହେୟାର ଟ୍ରାନ୍ସପ୍ଲାଣ୍ଟ ଟେସନ୍ ବା ଚୁଟି ପ୍ରତିରୋପଣ । ଏହି ପଦ୍ଧତି ଆପଣେଇବା ପାଇଁ ଆଗେଇ ଆସୁଛନ୍ତି ଅନେକ ଜନତା । ଏହି ପ୍ରଣାଳୀକୁ ନେଇ ମଧ୍ୟ ଅନେକ ଲୋକ ଗବେଷଣା କରିବା ଆରମ୍ଭ କରିଛନ୍ତି ।

କନକ୍ ନ୍ୟୁଜର ହେଲ୍ଥ୍ କନକ୍ଲେଭରେ ଯୋଗଦେଇ ହେୟାର ଟ୍ରାନ୍ସପ୍ଲାଣ୍ଟ ଟେସନ ଉପରେ ଅଧିକ ସୂଚନା ଦେଇଥିଲେ ଭାରତର ଜଣେ ସୁଣା ଚର୍ମରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ ସେଠୀ । ତାଙ୍କ କହିବା ଅନୁସାରେ

-ସବୁ ବୟସର ଲୋକ ଚୁଟି ପ୍ରତିରୋପଣ କରିପାରିବେ
-ଶରୀରର ଯେ କୌଣସି ସ୍ଥାନରୁ ଚୁଟି ନେଇ ଚନ୍ଦାଥିବା ସ୍ଥାନରେ ପ୍ରତିରୋପଣ
-ଏହି ପ୍ରକ୍ରିୟାକୁ ଡାଇରେକ୍ଟ ହେୟାର ଟ୍ରାନ୍ସପ୍ଲାଣ୍ଟ କୁହାଯାଏ
-ଏହି ପ୍ରକ୍ରିୟା ୯୯ ପ୍ରତିଶତ ଫଳପ୍ରଦ
-ଏହା ଗୋଟିଏ କଳା ଅଟେ
-୭ ଦିନ ଭିତରେ କୌଣସି ପ୍ରତିକ୍ରିୟା ନହେଲେ ଏହା ସୁରକ୍ଷିତ
-ଭାରତରେ ପ୍ରତି ୧୦ ଜଣରେ ଜଣେ ଚୁଟି ପ୍ରତିରୋପଣ କରୁଛନ୍ତି

ସୁନ୍ଦର ଦିଶିବା ପାଇଁ ସମସ୍ତେ ଚାହାନ୍ତି । ଅନେକ ଲୋକ ଚିନ୍ତା କଲେଣି ଗୋଟିଏ ଜୀବନ ବଂଚିବାର ଅଛି ତେଣୁ ସୁନ୍ଦର ଦିଶିବା ପାଇଁ ସେମାନେ କିଛି ବି କରିପାରିବେ । ତେଣୁ ଏହି ବ୍ୟବସାୟର ଚାହିଦା ମଧ୍ୟ ବଢି ବଢି ଚାଲିଛି ।