କନକ ବ୍ୟୁରୋ: ବିଧାନସଭା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଆଜି ଜଣେ ଯୁବକ ହାତ କାଟି ବିଷ ପିଇଦେଇଥିବା ଜଣାପଡିଛି । ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ହେଉଛନ୍ତି ଦୁଷ୍ମନ୍ତ ଦାସ ତାଙ୍କ ଘର, ଜଗତସିଂହପୁରର କୁଜଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି । କଟକ ଏସସିବି ମେଡିକାଲରେ ଚିକିତ୍ସା ଅଭାବ ହେତୁ ଯୁବକ ଜଣକ ଏପରି କରିଥିବା ସୂଚନା ମିଳିଛି ।
ବର୍ତ୍ତମାନ ଆହତ ଯୁବକଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ତାଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ କଣ ରହିଛି କାରଣ ସେନେଇ ପୋଲିସ ଯୁବକଙ୍କୁ ପଚରାଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/30-9.jpg)