ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

199

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିଲା । ଆଉ କୋଟି କେଟି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ବି କଲା । ବିଞ୍ଝାରପୁର ଥାନା ଅଂଚଳର ଜରି ଗାଁରେ ରବିବାର ରାତିରେ ଜଣେ କ୍ରିକେଟପ୍ରେମୀ ଯୁୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଗାଁର ଦେବରଂଜନ ନିଜ ଘର ନିକଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭାରତ ହାରିବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଦେବରଂଜନ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କ୍ରିକେଟପ୍ରେମୀ ଥିବାରୁ ସେ ରବିବାରର ବିଶ୍ୱକପ ଫାଇନାଲ ଦେଖିଥିଲେ । ଆଉ ଭାରତ ହାରିବା ପରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସମ୍ପର୍କୀୟ ଓ ପଡୋଶୀ ସନ୍ଦେହ କରୁଛନ୍ତି ।

ମୃତ ଦେବରଂଜନଙ୍କ ପକ୍ଷରୁ ମୃତ୍ୟୁ ନେଇ ଲିଖିତ ଅଭିଯୋଗ ହୋଇଛି । କିନ୍ତୁ କ୍ରିକେଟ ଖେଳକୁ ନେଇ କିଛି ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି । ପରିବାର ଲୋକେ ପଡୋଶୀ ଛାତରେ ଥିବା ଏକ ରଡରେ ଦେବରଂଜନଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ପୁଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି ।