କନକ ବ୍ୟୁରୋ: କାଳିଆ ପ୍ରେମରେ ୨୭ ବର୍ଷୀୟ ଯୁବକ । ସୁଦୁର ହରିୟାଣାରୁ ସାଇକେଲରେ ଯାତ୍ରା କରି ନୀଳଗିରି ଜଗନ୍ନାଥ ମନ୍ଦିରରେ ପହଂଚିଛନ୍ତି ରାଜେଶ କୁମାର । ସାଇକେଲ ଯୋଗେ ଭାରତ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଥିବା ରାଜେଶ ନୀଳଗିରିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ନୀଳଗିରିରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପଞ୍ଚଲିଙ୍ଗେଶ୍ୱର, ପୁରୀ ଜଗନ୍ନାଥ ଓ ପରେ ଆନ୍ଧ୍ରପ୍ରଦେଶର ରାମେଶ୍ୱର ଠାକୁରଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ।
ସ୍ଥାନୀୟ ଲୋକ ଓ ସାଙ୍ଗସାଥୀମାନେ ଖାଇବା ରହିବାର ବ୍ୟବସ୍ଥା କରି ଦେଉଥିବା ବେଳେ ଏଯାବତ ସେ ୧୭ଟି ରାଜ୍ୟ ବୁଲି ସେମାନଙ୍କ କଳା ,ସଂସ୍କୃତି ଓ ଚାଲିଚଳଣ ଶିଖି ଖୁସି ଅନୁଭବ କରିଛନ୍ତି । ଆଗାମୀ ଦିନରେ ସାଇକେଲରେ ପୂରା ବିଶ୍ୱ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜେଶ ।