କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଓଡିଶା -ପଶ୍ଚିମବଙ୍ଗ ସୀମାରେ ଥିବା ଲକ୍ଷବଚ୍ଚନାଥ ତନଖି ଫାଟକ ପାଖରେ ଅଟକି ଯାଇଛନ୍ତି ବହୁ ଗାଡି ଏବଂ ଓଡିଶାକୁ ପଶି ପାରୁନାହାନ୍ତି ବହୁ ଓଡିଆ । ଏହାରି ଭିତରେ ଆସିଛି ଜଣେ ପୁଅର ବିକଳ ଚିତ୍ର । ବାପା ଅସୁସ୍ଥ ଥିଲେ ବୋଲି ଖବର ପାଇ ସୁଦୂର ଦିଲ୍ଲୀରୁ ଘରକୁ ଆସିଲେ, କିନ୍ତୁ ଗାଁ ପହଂଚିବା ଆଗରୁ ସୀମାସିଲ୍ ତାଙ୍କୁ ବନ୍ଦି କରିଦେଲା । ଏହାରି ଭିତରେ ଖବର ଆସିଲା ବାପା ଚାଲିଗଲେ । ହେଲେ ଶେଷ ଦର୍ଶନ ବି କରିବାରୁ ହୋଇଛନ୍ତି ବଂଚିତ ।
ଓଡ଼ିଶା-ପଶ୍ଚିମବଙ୍ଗ ସିମାନ୍ତ କହାଯାଉଥିବା ଲକ୍ଷ୍ମଣନାଥ ତନଖି ଫାଟକ ଏବେ ସତେ ଯେମିତି ଭାରତ-ପାକିସ୍ଥାନ ବୋର୍ଡର ପାଲଟିଛି, କୋରୋନା ପାଇଁ ଏଠାରେ ମାନବାକତା ଦୟା ମମତା କିଛି ନାହିଁ, ସବୁ କିଛି ପଛରେ ପକାଇ କେବଳ ସରକାରୀ ନିୟମକୁ ଅକ୍ଷରରେ ଅକ୍ଷରରେ ପାଳନ କରାଯାଉଛି,ଏହି ନିୟମ ପାଳନ ପଛରେ ପଶ୍ଚିମବଙ୍ଗ ସିମା ଅତିକ୍ରମ କରି ଓଡ଼ିଶା ଆସୁଥିବା ଗାଡି ଚାଳକଙ୍କ ଆଖିର ତତଲା ଲୁହ ଦେଖିଲେ ଅନୁଭବ କରିହେବ,ଭୋକ ଉପାସରେ ଫାଟକ ନିକଟରେ ଗାଡ଼ି ଭିତରେ ହିଁ ଦିନ କଟୁଛି,ଏହା କେତେଦିନ ଚାଲିବ ତାହା ମଧ୍ୟ ସେମାନଙ୍କୁ ଜଣାନାହିଁ,
ଆଖିର ଲୁହ ବହୁଛି, କୋହକୁ ବି ଚାପି ରଖି ପାରୁନାହାନ୍ତି ପ୍ରଦୀପ । କାରଣ ବାପାଙ୍କ ଶେଷ ଦର୍ଶନ କରିପାରେ ନାହିଁ, କି ଶବକୁ କାନ୍ଧ ଦେଇ ପାରିଲେ ନାହିଁ । ଅବଶୋଷର ଲୁହରେ ଭର୍ତି ତାଙ୍କର ଆଖି । ଘର ପାଖରେ ଥାଇ ବି ବାପାଙ୍କ ମୁହଁରେ ମୁଖାଗ୍ନି ଦେଇ ପାରିଲେ ନାହିଁ ବାଲେଶ୍ୱର ସଦର ବ୍ଲକ ବିଞ୍ଝ ଗାଁର ଲକ୍ଷ୍ମୀଧର ନାୟକଙ୍କ ପୁଅ ପ୍ରଦୀପ । ଜିଲ୍ଲାରେ କରୋନା ଆକ୍ରୀନ୍ତଙ୍କ କୋଲକାତା ଲିଙ୍କ ସ୍ପଷ୍ଟ ହେବା ପରେ ସୀମାକୁ ସୀଲ କରି ଦେଇଛି ପୁଲିସ । ଆଉ ଏହାରି ଭିତରେ ଫସି ଯାଇଛନ୍ତି ଦିଲ୍ଲୀରୁ ଫେରୁଥିବା ପ୍ରଦୀପ ।
ବାପା ଲକ୍ଷ୍ମୀଧରଙ୍କ ଅସୁସ୍ଥ ଖବର ଶୁଣି ଏପ୍ରିଲ ୨୨ ତାରିଖରେ ଦିଲ୍ଲୀରୁ ଏକ ଭଡା ଗାଡିରେ ବାଲେଶ୍ୱର ଅଭିମୁଖେ ବାହାରିଥିଲେ ପ୍ରଦୀପ ଓ ତାଙ୍କ ପିଉସି ପୁଅ ଭାଇ । ପ୍ରାୟ ୪ଟି ରାଜ୍ୟ ଓ ୧୫ ଶହ କିଲୋମିଟର ରାସ୍ତା ଅତିକ୍ରମ କରି ଆସିବା ପରେ ଓଡିଶା-ପଶ୍ଚିମବଙ୍ଗ ଲକ୍ଷ୍ମଣନାଥ ଫାଟକରେ ଅଟକି ଯାଇଥିଲା ପ୍ରଦୀପଙ୍କ ଗାଡି । କରୋନା କଟକଣା ପାଇଁ ସୀମା ସିଲ ଯୋଗୁଁ ଘର ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ୬ ଦିନ ହେବ ଅଟକି ରହିଛନ୍ତି ପ୍ରଦୀପ । ଆଉ ଏପଟେ ସବୁ ଦିନ ପାଇଁ ଆଖି ବୁଜିଦେଇଛନ୍ତି ବାପା ଲକ୍ଷ୍ମୀଧର । ବାଲେଶ୍ୱର, ଭଦ୍ରକ ଓ ଯାଜପୁରର କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ଜଣାପଡିବା ପରେ ସୀମା ସିଲ୍ କରିଛି ପୁଲିସ । ଫଳରେ ଶହଶହ ଲୋକ ସୀମାରେ ଅଟକି ରହିଛନ୍ତି । ଗୋଟିଏ ପଟେ କରୋନା ମୁକାବିଲା ପାଇଁ ସରକାରଙ୍କ କଠୋର ପଦକ୍ଷେପା ଅନ୍ୟପଟେ ଲୋକଙ୍କ ନାହିଁ ନଥିବା ସମସ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/3-4.png)
/kanak/media/post_attachments/wp-content/uploads/2020/04/vlcsnap-2020-04-27-07h41m35s994.png)
/kanak/media/post_attachments/wp-content/uploads/2020/04/vlcsnap-2020-04-27-07h41m12s644.png)
/kanak/media/post_attachments/wp-content/uploads/2020/04/vlcsnap-2020-04-27-07h41m17s867.png)