କନକ ବ୍ୟୁରୋ: ଯିଏ ଯେଉଁ ପରିସ୍ଥିତିକୁ ଅଙ୍ଗେ ନିଭାଇଛି ସେ ହିଁ ବୁଝିପାରିବ ପ୍ରକୃତ ଦୁଃଖ ଆଉ ଯନ୍ତ୍ରଣା କଣ । ଏକଥା ଆମେ ଏଥିପାଇଁ କହୁଛୁ , ସୁନ୍ଦରଗଡର ଏହି ଘଟଣାକୁ ଦେଖିଲେ ଯେ କୌଣସି ବ୍ୟକ୍ତିର ମନରେ ବି ଏହାହିଁ ଭାବନା ଆସିବ । ଜଣେ ବେଲୁନ ବିକୁଥିବା ପିଲା ଯିଏ କି ନିଜେ ଜଣେ ଅନାଥ, ଆଜି ସେ ଦୁଇ ଅନାଥ ନାବାଳକଙ୍କ ସାଜିପାରିଛି ସାହାରା । ତା ପାଖରେ ସମ୍ବଳ ନଥିଲା କି ସେ ନିଜର ଭୋକ ମେଂଟାଇପାରିବ କିନ୍ତୁ ତା ସତ୍ୱେ ବି ସେ ଅନ୍ୟର ଦୁଃଖକୁ ଏଡାଇଦେଇପାରିନଥିଲା । ଆଉ ଶେଷରେ ଭଗବାନ ମଧ୍ୟ ସାହା ହେଲା ଭଳି କିଛି ସ୍ଥାନୀୟ ସମାଜସେବୀ ତାକୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ ।
ସ୍ଥାନ-ସୁନ୍ଦରଗଡ ସହର ଜନଗହଳି ପୂର୍ଣ୍ଣ ହସପିଟାଲ ଛକ । ସମୟ-ସକାଳ ପାଖାପାଖି ୧୦ଟା ।ରାଜଗାଙ୍ଗପୁର ରାଣିବନ୍ଧରୁ ଆସି ବୁଲି ବୁଲି ବେଲୁନ ବିକ୍ରି କରୁଥିଲା ଉତରପ୍ରଦେଶର ଏହି ନାବାଳକ ମହମ୍ମଦ ଅଲ୍ଲୀ । ଠିକ୍ ଏହି ସମୟରେ ତାର ହାବୁଡରେ ପଡିଯାଇଥିଲେ ଦୁଇ କୁନି କୁନି ନାବାଳକ । ବେଶ୍ କିଛି ସମୟ ତାଙ୍କ ଗତିବିଧି ଦେଖିଲା ପରେ ତାଙ୍କ ବିଷୟରେ ପଚାରି ବୁଝିଥିଲା ମହମ୍ମଦ । ଆଉ ଜାଣିବାକୁ ପାଇଥିଲା କି ଦୁଇ ଜଣ ନାବଳକ ଛତିଶଗଡ କାଦୋମାଲ ଅଚଂଳର ବୋଲି । ଜଣେ ନାବାଳକର ବାପା ମା ଗତମାସରେ ଆରପାରିକୁ ଚାଲିଗଲା ପରେ ସେ ନାବାଳକ କଣ କରିବ କିଛି ବୁଝି ନ ପାରି ତାର ସାଙ୍ଗକୁ ଧରି ଗାଁରୁ ବାହାରି ପଡିଥିଲା ନିଜ ମାଉସୀ ଘର ରାୟଗଡ ଯିବାକୁ । ହେଲେ ସୁନ୍ଦରଗଡ ଆସିଲା ପରେ ଆଉ କିଛି ବୁଝି ନପାରି ନଥିଲେ ସେମାନା । ଭୋକ ଉପାସରେ ଦୁଇଦିନ ହସପିଟାଲ ବାରଣ୍ଡାରେ ବିତେଇଲା ପରେ ଗତକାଲି ଖାଇବା ଯୋଗାଡରେ ବହାରିଥିବା ବେଳେ ଏହି ବେଲୁନ ବିକାଳିର ନଜର ପଡିଥିଲା ଏମାନଙ୍କ ଉପରେ ।
ମହମ୍ମଦକୁ ଏମାନେ ଖାଇବା ପାଇଁ ମାଗିଥିଲେ ହେଲେ ବେଲୁନ ବିକ୍ରି ହୋଇନଥିବାରୁ ତା ପାଖରେ ସେମାନଙ୍କୁ ଦେବା ଲାଗି ଆଠିଣିଟିଏ ବି ନଥିଲା । ତେବେ ସେ ଚାହିଥିଲେ ଏକଥାକୁ ଏଡାଇ ଦେଇପାରିଥାନ୍ତା ହେଲେ ସେ ନିଜେ ଜଣେ ଅନାଥ ହୋଇଥିବାରୁ ଏମାନଙ୍କର ଦୁଃଖ ଦେଖିପାରିନଥିଲା । ତେଣୁ ଦିନ ତମାମ ତାଙ୍କୁ ସାଥିରେ ନେଇ ସହର ସାରା ବୁଲି ବେଲୁନ ବିକ୍ରି କରିଥିଲା ଆଉ ଯାହା ରୋଜଗାର କରିଥିଲା ପ୍ରଥମେ ଏମାନଙ୍କର ଭୋକ ମେଣ୍ଟାଇଥିଲା । ହେଲେ ସେ ସୁନ୍ଦରଗଡ ଛାଡି ରାଜଗାଙ୍ଗପୁର ଯିବା ପୂର୍ବରୁ ଏହି ଦୁଇ ପିଲାଙ୍କୁ କାହା ଜିମା ଦେବ ବୋଲି ଚିନ୍ତା କରୁଥିବା ବେଳେ ଠିକ ସେହି ସମୟରେ ଭଗବାନ ସାହା ହେଲା ଭଳି ବେଲୁନ କିଣିବା ପାଇଁ ସେଠାରେ ପହଚିଂଥିଲେ ଦୁଇ ଜଣ ଯୁବକ । ତାଙ୍କୁ ସମସ୍ତ କଥା ମହମ୍ମଦ କହିବା ସହିତ ସାହାଯ୍ୟ ପାଇଁ ଅନୁରୋଧ କରିବାରୁ ସେମାନେ ଏହି ଦୁଇ ଶିଶୁଙ୍କୁ ପ୍ରଥମେ ଖୁଆଇ ପିଆଇ ନୂଆ ଡ୍ରେସ ପିନ୍ଧାଇ ନିକଟସ୍ଥ ଟାଉନଥାନାରେ ପୁଲିସର ଜିମା ଦେଇଥିଲେ ।
ଅନ୍ୟ ପଟେ ପୋଲିସ ଏହି ଦୁଇ ଅନାଥ ନବାଳକଙ୍କ ପରିବାର ବର୍ଗଙ୍କ ଖୋଜାଖୋଜି ଆରମ୍ଭ କରିଦେଇଛି । ହେଲେ ଏହି ସଂପୂର୍ଣ୍ଣ ଘଟଣାକୁ ଦେଖିଲେ ଏହି ବେଲୁନ ବିକାଳିର ସହୃଦୟତା ଯୋଗୁଁ ଦୁଇ ଅନାଥ ନାବାଳକ ଆଜି ସାହାର ପାଇପାରିଛନ୍ତି । ଗତ ତିନିଦିନରୁ ଏମାନଙ୍କ ଉପରେ କାହାରି ନଜର ପଡିନଥିବା ତେବେ ଦେବଦୂତ ଭଳି ଏହି ବେଲୁନ ବିକାଳିର ନଜର ଏମାନଙ୍କ ଉପରେ ପଡିଥିଲା ଏବଂ ଯେହେତୁ ସେ ବି ନିଜେ ଜଣେ ଅନାଥ ଏଦୁଇ ଅନାଥଙ୍କ କଥା ଶୁଣିବା ପରେ ତାର ହୃଦୟ ମଧ୍ୟ ତରଳି ଯାଇଥିଲା । ସତରେ ମହମ୍ମଦର ଏହି ସହୃଦୟତାକୁ ଭୂରି ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BALLON.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-25-at-1.48.54-PM-300x237.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-25-at-1.49.20-PM-300x238.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-25-at-1.50.25-PM-300x237.png)