ସେଞ୍ଚୁରିଅନ ବିଦ୍ୟାଳୟର ନିଆରା ପ୍ରୟାସ । ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦଯାପିତ.

ସେଞ୍ଚୁରିଅନ ବିଦ୍ୟାଳୟର ନିଆରା ପ୍ରୟାସ । ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦଯାପିତ.

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର. ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି. ଗଣତନ୍ତ୍ରର ମୂଳ ମନ୍ତ୍ର ହେଲା ଶିକ୍ଷା. ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ୟୁଥ ପାର୍ଲିଆମେଣ୍ଟର ପରିକଳ୍ପନା କରିଥିଲେ ଏବଂ ଆଜି ଏହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା.

publive-imageଏହି କାର୍ଯ୍ୟକ୍ରମଟି ଓଟିଭିର ପଶ୍ଚିମ ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ଯୋଶୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା. ଶ୍ରୀଯୁକ୍ତ ଯୋଶୀ ଗଣତାନ୍ତ୍ରିକ ମୂଲ୍ୟବୋଧର ଭୁମିକା ଓ ଗୁରୁତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ. କାର୍ୟ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଶ୍ରୀଯୁକ୍ତ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମାପିତ ହୋଇଥିଲା.ଶ୍ରୀଯୁକ୍ତ ଷଡ଼ଙ୍ଗୀ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରର ପାର୍ଲିଆମେଣ୍ଟ ବା ସଂସଦର ଭୂମିକା ସମ୍ପର୍କରର ଆଲୋକପାତ କରିଥିଲେ.କାର୍ୟ୍ୟକ୍ରମଟି ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ୟତୋୟା ବିଶ୍ୱାଳଙ୍କ ସଫଳ ପରିଚାଳନା ଦ୍ୱାରା ସମ୍ପାଦିତ ହୋଇଥିଲା. ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତମାଳ ଚକ୍ରବର୍ତ୍ତୀ, ସି. ଏଚ. ଏସ. ଇ. ( ବିଜ୍ଞାନ )ର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ୟ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ.ବିଦ୍ୟାଳୟର ପ୍ରାୟ ୬୦ ରୁ ଅଧିକ ଛାତ୍ର, ଛାତ୍ରୀ ସପ୍ତମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ( ଉଭୟ କଳା ଓ ବିଜ୍ଞାନ ) ର ଭାଗ ନେଇଥିଲେ.

publive-image

ସମସ୍ତ ଛାତ୍ର ଛାତ୍ରୀ ଶାସକ ଦଳ ଓ ବିପକ୍ଷ ପରି ଦୁଇ ଦଳରେ ବିଭକ୍ତ ହୋଇଥିଲା. ସଂସଦର ଆଲୋଚନାର ମୁଖ୍ୟ ବିଷୟ ଗୁଡିକ ଥିଲା, ଚାଷୀ ଆତ୍ମହତ୍ୟା, ନୂତନ ଶିକ୍ଷା ନୀତି, ଭାରତର ଭିତ୍ତିଭୂମିର ବିକାଶ ( ସଡ଼କ, ଗମନାଗମନ ଓ ପରିଵହନ ବ୍ୟବସ୍ଥା ) ଯାହା ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥିଲା.ଛାତ୍ର, ଛାତ୍ରୀଙ୍କର ଚିତ୍ତାକର୍ଷକ ସଂଳାପ ଓ ନେତୃତ୍ୱର ଭୂମିକା ସମସ୍ତଙ୍କୁ ଆକର୍ଷିତ କରିଥଲା.ଅନୁଷ୍ଠାନର ୟୁଥ ପାର୍ଲିଆମେଣ୍ଟ ପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe