କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ କୁମ୍ଭୀର ମଣିଷ ଲଢେଇ । ଅଳ୍ପକେ ବର୍ତ୍ତିଲେ ବବ୍ରୁବାହନ ଭୁୟାଁ । ବ୍ୟକ୍ତି ଜଣକ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ କୁମ୍ଭୀର ଆକ୍ରମଣ କରିଥିଲା । ବବ୍ରୁବାହାନ କୁମ୍ଭୀର ସହ ପ୍ରାୟ ୧୫ ମିନିଟ୍ ଧରି ସଂଘର୍ଷ କରିଥିଲେ । ଯୁବକ ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ମୁହଁରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।