କନକ ବ୍ୟୁରୋ: ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା । ପ୍ରେମିକ ସହ ମିଶି ସ୍ୱାମୀ ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ସ୍ତ୍ରୀ । ଏଭଳି ଅଭାବନୀୟ ହତ୍ୟାକାଣ୍ଡର ପର୍ଦାଫାସ କରଛି ଖନ୍ତାପଡା ପୋଲିସ । ଦୁଇ ଅଭିଯୁକ୍ତ ପୋଲିସ ସମ୍ମୁଖରେ ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛନ୍ତି । କିଭଳି ଅତି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ ପୋଲିସ ଆଗରେ ସତ ଓଗାଳିଛନ୍ତି ।
ସୂଚନା ମୁତାବକ, ଗତ ୧୯ ତାରିଖ ରାତିରେ ବରୁଣସିଂ ପଂଚାୟତର ମାଳ ଗ୍ରାମର ଜୟଦେବଙ୍କର ହତ୍ୟା କରାଯାଇଥିଲା । ଖାଇ ପିଇ ଶୋଇବା ପରେ ପ୍ରେମିକ ଜୟଦେବଙ୍କ ସହ ମିଶି ଅତି ଚତୁର ଭାବେ ମୁଣ୍ଡକୁ ହାଣି ହତ୍ୟା କରିଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଖନ୍ତାପଡା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଓ ସାଇଂଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ପହଁଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ସ୍ତ୍ରୀ ଉପରେ ସନ୍ଦେହ କରି ପଚାରଉଚରା କରିବାରୁ ହତ୍ୟାକାଣ୍ଡର ସତ ପଦାକୁ ଆସିଛି ।
ଉଲ୍ଲେଖ ଥାଉ କି, ଗତ ଶନିବାର ରାତିରେ ଅନନ୍ତ ଦାସପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ ବର୍ଷର ପୁଅ କ୍ରିଷ୍ଣା ଚିତ୍କାର କରିବାରୁ ଅନ୍ୟ ଘରେ ଶୋଇଥିବା ସ୍ତ୍ରୀ ତିଳୋତ୍ତମା ଓରଫ ମାଣିକ (୩୫) ସେଠାରେ ପହଞ୍ଚିଥିଲେ । ଜୟଦେବ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡ଼ିଥିବା ଦେଖି ତିଳୋତ୍ତମା ପଡ଼ିଶାଙ୍କୁ ଡାକ ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-23-14h56m49s858.png)
/kanak/media/post_attachments/wp-content/uploads/2018/05/vlcsnap-2018-05-23-14h56m38s053-300x240.png)
/kanak/media/post_attachments/wp-content/uploads/2018/05/vlcsnap-2018-05-23-14h56m43s462-300x240.png)