କନକ ବ୍ୟୁରୋ : ଅବୈଧ ପ୍ରେମ ସମ୍ପର୍କକୁ ନେଇ ସମ୍ବଲପୁର ହତ୍ୟାକାଣ୍ଡ । କ୍ଷେତରାଜପୁର ଥାନା ଅନ୍ତର୍ଗତ ସାହେବ ବଙ୍ଗଳାଠାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ବାପି ଦାସ । ସୂଚନା ଅନୁଯାୟୀ ସାହେବ ବଙ୍ଗଳାଠାରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସହ ବାପିଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିିଲା ।ତେବେ ମହିଳାଙ୍କ ସ୍ୱାମୀ ଏ ସମ୍ପର୍କରେ ଜାଣିବା ପରେ ଉଭୟଙ୍କୁ ବାରଣ କରିଥିଲେ ସୁଦ୍ଧା ଏମାନେ ପୂର୍ବ ପରି ମିଳାମିଶା କରୁଥିଲେ ।ତେବେ ମହିଳାଙ୍କ ସ୍ୱାମୀ ନିରଂଜନ ଏଥିରେ ଉତକ୍ଷିପ୍ତ ହୋଇ ଯୋଜନାବଦ୍ଧ ଭାବେ ବାପିଙ୍କୁ ତାଙ୍କ ଘରକୁ ଡାକି ହତ୍ୟା କରିଛନ୍ତି ।
୧୯ ତାରିଖରୁ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ମୃତଦେହକୁ ଅଖାରେ ବାନ୍ଧି ଘର ପଛପଟେ ଲୁଚାଇ ରଖିଥିଲେ ନିରଂଜନ । ତେବେ ଶବକୁ ଫିଙ୍ଗିବା ଯୋଜନା କରୁଥିବାବେଳେ ପୁଲିସ ହାତରେ ଧରାପଡିଯାଇଛି ମୁଖ୍ୟ ଅଭିଯୁକ୍ତ । ସେପଟେ ହତ୍ୟାକାଣ୍ଡ ଘଟଣାକୁ ମଧ୍ୟ ସ୍ୱୀକାର କରିଛନ୍ତି ନିରଂଜନ । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖି ପୁଲିସ ଅଧିକ ଛାନଭିନ୍ ଚଳାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-21-16h57m57s267.png)