କନକ ବ୍ୟୁରୋ: ପ୍ରେମ ବ୍ୟାପାରରୁ ହତ୍ୟା, ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ଯାଜପୁର ଧର୍ମଶାଳା ଭଗବାନପୁର ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଅରାବଳ ଗାଁର ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ।

Advertisment

ଯୁବକଙ୍କ ମୃତଦେହ ନିକଟରେ ଯୁବକଙ୍କ ବାଇକ ସହ ମନିପର୍ସ ଏବଂ ଆଧାରକାର୍ଡ ମଧ୍ୟ ପଡିଥିବା ଦେଖିବାକୁ ମିଳିଛିା ପ୍ରେମ ଜନିତ କାରଣରୁ ପୁଅ ପବିତ୍ରଙ୍କୁ ହତ୍ୟା କରାଯାଇଥିବା ବାପା ଅଜୟ ସାମଲ ଅଭିଯୋଗ କରିଛନ୍ତିା ନ୍ୟାୟ ଦାବିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ନିଆଁ ଜାଳି ରାସ୍ତାରୋକ କରିଛନ୍ତି । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।