ବେଙ୍ଗାଲୁର କେ-ପୁରମରରୁ ଆସିଲା ଚାଂଚଲ୍ୟକର ଘଟଣା । ଜଳଖିଆ ପାଇଁ ମା’କୁ ହତ୍ୟାକଲା ନାବାଳକ

152

କନକ ବ୍ୟୁରୋ : ସକାଳ ଜଳଖିଆ ମିଳିବାକୁ ବିଳମ୍ବ ହେଲା ଆଉ ମା’କୁ ପିଟିପିଟି ହତ୍ୟା କଲା ପୁଅ । ଠିକ ସମୟରେ ଜଳଖିଆ ନମିଳିବାରୁ ମା’ର ମୁଣ୍ଡକୁ ଲୁହା ରଡ଼ରେ ପିଟି ହତ୍ୟା କରିଛି ୧୭ବର୍ଷର ନାବାଳକ । ଘଟଣା ବେଙ୍ଗାଲୁର କେପୁରମର । ମା’କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଭୟଭୀତ ଅବସ୍ଥାରେ ପୁଲିସ ଷ୍ଟେସନକୁ ଆସି ଘଟଣା ବାବଦରେ କହିବା ସହ ଆତ୍ମସମର୍ପଣ କରିଥିଲେ । ସୂଚନା ଅନୁସାରେ କଲେଜ ଯିବାକୁ ବିଳମ୍ବ ହେଉଥିବାରୁ ମା’କୁ ଜଳଖିଆ ମାଗିଥିଲେ ଅଭିଯୁକ୍ତ ପୁଅ । ରୋଷେଇ କରିବାକୁ ମା ମନା କରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଅ ରାଗିଯାଇ ମୁଣ୍ଡକୁ ରଡ଼ରେ ପିଟିବା ଯୋଗୁଁ ମା ଘଟଣାସ୍ଥଳରେ ଟଳିପଡିଥିଲେ । ଅଚେତ ଥିବା ଭାବି ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ବି ମା ନଉଠିବା ପରେ ପୁଅ ଥାନାକୁ ଯାଇ ଘଟଣା ବାବଦରେ ପୁଲିସକୁ କହିଥିଲେ । ବର୍ତମାନ ଅଭିଯୁକ୍ତକୁ ଜେରା କରୁଛି ପୁଲିସ ।