କନକ ବ୍ୟୁରୋ: କଟକ ଯୋବ୍ରା ସ୍ଥିତ ମହାନଦୀରକୁ ଡେଇଁ ଜଣେ ଯୁବକ ନିଖୋଜ ବୁଡ଼ି ଯାଇଥିବା ସନ୍ଦେହ। ଯୋବ୍ରା ଲଭର ପଏଣ୍ଟରେ ନଦୀକୁ ଡେଇଁ ପଡି ଯୁବକ ନିଖୋଜ। ଖବର ପାଇ ଯୋବ୍ରା ନିକଟରେ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ ବାହିନୀ। ବୁଡି ଯାଇଥିବା ଯୁବକଙ୍କ ଘର ଛତ୍ରବଜାର ଅଞ୍ଚଳର ହୋଇଥିବାବେଳେ, ତାଙ୍କ ନାଁ ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି। ଗତକାଲି ବିଳମ୍ୱିତ ରାତିରେ ଯୋବ୍ରା ନିକଟରେ ବୁଲାବୁଲି କରିବା ସମୟରେ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି।
କଟକ ଯୋବ୍ରା ମହାନଦୀକୁ ଡେଇଁ ପଡିଲେ ଯୁବକ ; ଖୋଜା ଜାରି ରଖିଛି ଅଗ୍ନିଶମ ବିଭାଗ , ଯୁବକ ଛତ୍ରବଜାର ଅଞ୍ଚଳର ।
/kanak/media/post_attachments/wp-content/uploads/2024/07/11-11.jpg)