କନକ ବ୍ୟୁରୋ : ଦୀପାବଳିରେ ପୁରୀ ଘଟିଛି ଅଘଟଣ । ପୁରୀ ଚନ୍ଦନପୁର ଥାନା ଥେଂଟପୁର ଭାର୍ଗବୀ ହାଇସ୍କୁଲ ନିକଟରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲରେ ଚିକିତ୍ସା କରାଯାଇଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଶଙ୍କର ବେହେରା ।

Advertisment

ଆହତ ଜଣଙ୍କ ହେଉଛନ୍ତି ନିଲୁ ବେହେରା । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୂର୍ବଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଗୁଳିମାଡ କରି ଫେରାର ହୋଇଯାଇଥିବା ବେଳେ ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣା ତଦନ୍ତ ଆରମ୍ଭ କରିଛି ।