କନକ ବ୍ୟୁରୋ: ଯୁବକର କଟୁରୀ ଚୋଟରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପାରାଦୀପ ଏକ୍ସପ୍ରେସ୍ ୱେ କଲୋନୀରେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ମହିଳାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ଅଟକ ରଖି କୁଜଙ୍ଗ ପୁଲିସ ତଦନ୍ତ ଆରମ୍ଭ କରିଛି ।