କନକ ବ୍ୟୁରୋ : ପୁରୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁମ୍ଭାରପଡା ଥାନା ଜଟିଆବାବାଜୀ ଛକ ଜଳଖିଆ ଦୋକାନରେ ବସିଥିବାବେଳେ ଜଣକୁ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ବଳଗଣ୍ଡି ରାୟବାହାଦୂର ଲେନ ଗୋପବନ୍ଧୁ କଲୋନୀର ନଡୁ ନାୟକ । ସେ ଜଳଖିଆ ଦୋକାନରେ ବସିଥିବା ବେଳେ ତାଙ୍କୁ ଲୁହାରଡରେ ପିଟିପଟି ହତ୍ୟା କରାଯାଇଛି । କୁମ୍ଭାରପଡା ପୁଲିସ ମୃତଦେହକୁ ଜବତ କରିଛି । ହତ୍ୟାକାଣ୍ଡରେ ଅଭିଯୁକ୍ତ ବାପ ଓ ଦୁଇପୁଅ ବଡସାହି ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।