ଦିନ ଦ୍ୱିପହରରେ ବୀଭତ୍ସ ହତ୍ୟାକାଣ୍ଡ: ବିବାହର ୩ ଦିନ ପୂର୍ବରୁ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

1,122

କନକ ବ୍ୟୁରୋ: ବିବାହର ୩ ଦିନ ପୂର୍ବରୁ ଯୁବକଙ୍କୁ ବୀଭତ୍ସ ହତ୍ୟା । ଦିନ ଦ୍ୱିପହରରେ ଖୋର୍ଦ୍ଧା ବୋଲଗଡ ଗୋପାଳପୁର ନୂଆସାହିରେ ଗାଁ ଦାଣ୍ଡରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହାଣିବା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି ।

ମୃତକ ଓ ତାଙ୍କ ଗାଡି ଗାଁ ଦାଣ୍ଡରେ ପଡିରହିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ୍ ପହଁଚି ଅନୁଧ୍ୟାନ କରୁଛି ।  ସୂଚନା ଅନୁଯାୟୀ ଦିନ ୧୨ଟା ୩୦ରେ  ନୂଆସାହିର ଚିନ୍ମୟ ସାହୁ  ଯାଉଥିବାବେଳେ ତାଙ୍କୁ ଗାଁ ଦାଣ୍ଡରେ ହତ୍ୟା କରାଯାଇଛି । ମୃତ ଚିନ୍ମୟଙ୍କର ଆସନ୍ତା ୨୧ତାରିଖରେ ବିବାହ ହୋଇଥାନ୍ତା । ତେବେ ହତ୍ୟାକାଣ୍ଡର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।