କନକ ବ୍ୟୁରୋ: ବିବାହର ୩ ଦିନ ପୂର୍ବରୁ ଯୁବକଙ୍କୁ ବୀଭତ୍ସ ହତ୍ୟା । ଦିନ ଦ୍ୱିପହରରେ ଖୋର୍ଦ୍ଧା ବୋଲଗଡ ଗୋପାଳପୁର ନୂଆସାହିରେ ଗାଁ ଦାଣ୍ଡରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହାଣିବା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି ।
ମୃତକ ଓ ତାଙ୍କ ଗାଡି ଗାଁ ଦାଣ୍ଡରେ ପଡିରହିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ୍ ପହଁଚି ଅନୁଧ୍ୟାନ କରୁଛି । ସୂଚନା ଅନୁଯାୟୀ ଦିନ ୧୨ଟା ୩୦ରେ ନୂଆସାହିର ଚିନ୍ମୟ ସାହୁ ଯାଉଥିବାବେଳେ ତାଙ୍କୁ ଗାଁ ଦାଣ୍ଡରେ ହତ୍ୟା କରାଯାଇଛି । ମୃତ ଚିନ୍ମୟଙ୍କର ଆସନ୍ତା ୨୧ତାରିଖରେ ବିବାହ ହୋଇଥାନ୍ତା । ତେବେ ହତ୍ୟାକାଣ୍ଡର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/WhatsApp-Image-2019-02-18-at-12.48.37-PM-300x169.jpeg)