ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଯୁବକ ନିଖୋଜ । ଚାଲିଛି ଉଦ୍ଧାର କାର୍ଯ୍ୟ ।

Advertisment
ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଯୁବକ ନିଖୋଜ । ଚାଲିଛି ଉଦ୍ଧାର କାର୍ଯ୍ୟ ।

କନକ ବ୍ୟୁରୋ: ବାରଙ୍ଗ କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି। ନଖରା ଅଞ୍ଚଳରେ ରହୁଥିବା ରାକେଶ ସାହୁ ନିଖୋଜ ହୋଇଛନ୍ତି। ରାତି ୧୧ଟାରେ ରାକେଶ ବାରଙ୍ଗରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସେ ସ୍ଥାନୀୟ ଓମଫେଡରେ କାମ କରନ୍ତି ବୋଲି ଜଣାଯାଇଛି। ପ୍ରତିଦିନ ସେ ଏହି ବାଟଦେଇ ଘରକୁ ଫେରିଥାନ୍ତି। ତେବେ ନିଖୋଜ ରାକେଶଙ୍କୁ ଖୋଜିବା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe