କନକ ବ୍ୟୁରୋ : ଓଡ଼ିଶା ମାଟିରେ ବିଦେଶୀ ଫଳର ସମ୍ଭାର । ଥାଇଲାଣ୍ଡ ପିଜୁଳି, ଥାଇଲାଣ୍ଡ କଦଳୀ, ମାଲଟା ପ୍ରଜାତିର ମୌସୁମ୍ବୀ, ହ୍ୱାଇଟ୍ ଜାମୁକୋଳି, ମିଆଁଜାକି ଅମ୍ବ, କାଟିମାନ ପ୍ରଜାତିର ଦୁଇଟି କିଶମର ଆମ୍ବ ଚାଷ କରିଛନ୍ତି ବାଲେଶ୍ୱର ଭୋଗରାଇ ଅଂଚଳର ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟନ୍ଦୁ । ଚାକିରି ଅପେକ୍ଷା ଏହି ଚାଷ ତାଙ୍କୁ ଭଲ ରୋଜଗାର ଦେଉଥିବା ସେ କହିଛନ୍ତି । ୨ ଏକର ଜମିରେ ବିଭିନ୍ନ ପ୍ରକାରର ବିଦେଶୀ ଫଳ ଚାଷ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ଏମବିଏ ପାସ୍ କରିବା ପରେ ପ୍ରଥମେ ପଶ୍ଚିମବଙ୍ଗରେ କୃଷି ବିଭାଗରେ ଚାକିରି କରିଥିଲେ । ୟୁଟ୍ୟୁବରୁ ବିଦେଶୀ ଫଳ ଚାଷ କରିବା ନେଇ ପ୍ରେରଣା ପାଇ କଲିକତାରୁ ଚାରା ଆଣି ଓଡ଼ିଶା ମାଟିରେ ଫଳାଇଛନ୍ତି ସୁନାର ଫସଲ । ପ୍ରତିକୂଳ ପାଗରେ ବିଦେଶୀ ଫଳ ଚାଷ ଆରମ୍ଭ କରିବେ କି ନାହିଁ ଏନେଇ ଦିବ୍ୟନ୍ଦୁ ପ୍ରଥମେ ଆଶା ଆଶଙ୍କାରେ ଥିଲେ । ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଫଳ ଚାଷ ଏବେ ବେଶ ଭଲ ହୋଇଛି । ଭଲ ଅମଳ ଆଉ ଭଲ ଲାଭ ମିଳିବାର ଆଶା ମଧ୍ୟ ରହିଛି ।
ମାଲଟା ପ୍ରଜାତିର ମୌସୁମ୍ବୀ କମ୍ ଖର୍ଚ୍ଚରେ ଦେଉଛି ଆଶାନୂରୁପକ ଆୟ । ଦିବ୍ୟନ୍ଦୁ ତାଙ୍କ ବାଡ଼ିରେ ୧୦୦ରୁ ଅଧିକ ଏହି ମୌସୁମ୍ବୀ ଗଛ ଲଗାଇଛନ୍ତି । ପ୍ରଥମେ ଅଳ୍ପ ଅମଳ ହୋଇଥିବା ବେଳେ ଚଳିତ ବର୍ଷ ୭ରୁ ୮କୁଇଣ୍ଟାଲ ଅମଳ ହେବାର ଆଶା ରହିଛି । ଏହାର କିଲୋ ପ୍ରତି ଦର ୭୫ ରୁ ୮୦ ଟଙ୍କା ରହିଛି । ସେହିପରି ଥାଇଲାଣ୍ଡ ପିଜୁଳି ଗଛରୁ ଚଳିତ ବର୍ଷ ୧୦ କୁଇଣ୍ଟାଲ ପିଜୁଳି ଅମଳ ହେବାର ଆଶା ରହିଛି ।
ବଲେଶ୍ୱର ଭଳି ଉପକୂଳବର୍ତ ଅଞ୍ଚଳରେ ଥାଇଲାଣ୍ଡ ପିଜୁଳି ଏବଂ ମୌସୁମ୍ବୀ ଫଳ ଚାଷ ଅନ୍ୟ ଚାଷୀଙ୍କ ପାଇଁ ସୃଷ୍ଟି କରିବ ନୂତନ ସମ୍ଭାବନା ।