ଅପହରଣ ସମୟରେ ବର୍ତ୍ତିଗଲେ ଯୁବକ, ୨ ଅଭିଯୁକ୍ତଙ୍କୁ ଧରିପକାଇଲେ ସ୍ଥାନୀୟ ଲୋକେ, ଖସିଗଲେ ଅନ୍ୟ ୪

462

କନକ ବ୍ୟୁରୋ: ଯୁବକଙ୍କୁ ଅପହରଣ କରିବା ଯୋଜନା ପଣ୍ଡ । ରବିବାର ରାତିରେ ଅପହରଣକାରୀଙ୍କ କବଳରୁ ଖସିଯାଇଛନ୍ତି ଯୁବକ । ନିଜର ଉପସ୍ଥିତ ବୁଦ୍ଧି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ସ୍ଥାନୀୟ ଲୋକେ ୨ ଅପହରଣକାରୀଙ୍କୁ ଧରିଥିବାବେଳେ ଅନ୍ୟ ୪ଜଣ ଖସିପଳାଇଥିବା ଜଣାପଡିଛି ।

ସୂଚନା ମୁତାବକ, ତୁରିନ୍ତିରା ଜେନାସାହିର ମଣ୍ଟୁ ନାମକ ଯୁବକ ରାତି ପାଖାପାଖି ୧୦ଟା ସମୟରେ ଗାଁ ମୁଣ୍ଡ ରାସ୍ତାରେ ଛିଡା ହୋଇଥିବାବେଳେ ୩ଟି ବାଇକରେ ୬ଜଣ ଯୁବକ ଆସି ତାଙ୍କୁ ବଳପୂର୍ବକ ଉଠାଇନେବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ବାଟ ଯିବା ପରେ ଏକ ବୁଲାଣିରେ ବାଇକର ସ୍ପିଡ୍ କମିବା ଦେଖି ମଣ୍ଟୁ ବାଇକରୁ ଡେଇଁପଡିଥିଲେ । ତାଙ୍କ ଚିକ୍ରାର ଶୁଣି ପାଖ ଲୋକ ଦୌଡିଆସି ବାଇକର ପିଛା କରିଥିଲେ । ଫଳରେ ୨ ଦୁର୍ବୃତ୍ତ ଧରାପଡିଥିବାବେଳେ ଅନ୍ୟ ୪ଜଣ ଅଭିଯୁକ୍ତ ଖସିପଲାଇଛନ୍ତି ।