ଯୁୁବ ଇଞ୍ଜିନିୟରଙ୍କ ଜୋତା ତିଆରି କାରଖାନା । ସ୍ଥାନୀୟ ଅଂଚଳର ଲୋକଙ୍କୁ ମିଳୁଛି କାମ

1,033

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ କୋଠପଦା ଗାଁର ପାର୍ଥସାରଥୀ ସାହୁ ଏବଂ ଅମର୍ଦାରୋଡ ବଡଚାରିଗାଁର ରାଜକିଶୋର ସେନାପତି । ଉଭୟ ଇଞ୍ଜିନିୟରିଂ ପାସ କରିବା ପରେ ଚାକିରି ନକରି ନିଜ ଉଦ୍ୟମରେ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପାର୍ଥସାରଥୀ ପାଠପଢ଼ା ପରେ ପେଟପାଟଣା ପାଇଁ ହାଇଦ୍ରାବାଦ, ଦିଲ୍ଲୀ ଓ ଦୁବାଇରେ ରହି କାମ କରୁଥିଲେ । ସେଠାରୁ ଚପଲ ତିଆରି କାମ ବିଷୟରେ ଜାଣିବା ପରେ ନିଜ ଗାଁରେ ଆରମ୍ଭ କରିଛନ୍ତି କାରଖାନା । ଯେଉଁଠି ସ୍ଥାନୀୟ ଅଂଚଳର ଲୋକଙ୍କୁ କାମ ଧନ୍ଦା ମିଳିପାରୁଛି । ସେହିପରି ରାଜକିଶୋର ସେନାପତି ମଧ୍ୟ ଦିଲ୍ଲୀର ଜଣେ ବନ୍ଧୁଙ୍କ ସହଯୋଗରେ କଂଚା ମାଲ ଆଣି ଜୋତା କାରଖାନା କରିଛନ୍ତି ।

ବର୍ତ୍ତମାନ ଏହି ଜୋତା କାରଖାନାରେ ସ୍କୁଲ ପିଲାଙ୍କ ପାଇଁ ଜୋତା ତିଆରି ହେଉଥିବା ବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାରର ଜୋତା ତିଆରି କରାଯିବ । ଜୋତା ତିଆରି ପାଇଁ ଦିଲ୍ଲୀ ସମେତ ଆଗ୍ରା ଏବଂ କଲିକତାରୁ କଞ୍ଚାମାଲ ଆଣିବାକୁ ପଡ଼ୁଛି । ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନକୁ ବିକ୍ରୀ ପାଇଁ ପଠାଇବା ଲକ୍ଷ ରଖିଛନ୍ତି ଯୁବ ଉଦ୍ୟୋଗୀ । ବର୍ତମାନ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ୧୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ଦରମା ମିଳୁଛି । ତେବେ ସ୍ଥାନୀୟ ଅଂଚଳରେ ନିଯୁକ୍ତି ମିଳିଥିବାରୁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି କର୍ମଚାରୀ ।

ଦୁଇ ଯୁବ ଇଞ୍ଜିନିୟରଙ୍କ ଉଦ୍ୟମ ଯୋଗୁଁ ସ୍ଥାନୀୟ ଅଂଚଳର ବେକାର ଯ୍ୂବକ ଯୁବତୀ ମିଳୁଛି ରୋଜଗାର । ଏଥିପାଇଁ ସେମାନଙ୍କୁ ପ୍ରସଂସା କରିଛନ୍ତି ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ।