ବଙ୍କୁଆଳ କୁଆଖାଇରେ ବୁଡିଗଲେ ନାବାଳକ : ୪ବନ୍ଧୁ ସାଙ୍ଗ ହୋଇ ଗାଧୋଉଥିବା ବେଳେ ବୁଡିଗଲେ ଜଣେ, ଅଳ୍ପକେ ବର୍ତ୍ତିଗଲେ ତିନି

ଅଗ୍ନିଶମ ବିଭାଗର ଖୋଜାଖୋଜି ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ବୁଡି ଯାଇଥିବା ନାବାଳକ

171

କନକ ବ୍ୟୁରୋ : ବଙ୍କୁଆଳ କୁଆଖାଇରେ ବୁଡିଗଲେ ନାବାଳକ । ଲକ୍ଷ୍ମୀସାଗର ଅଂଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବାବେଳେ ସାଗର ପୃଷ୍ଟି ନାମକ ଜଣେ ନାବାଳକ ଅଚାନକ ବୁଡି ଯାଇଥିଲେ । ସେ ବୁଡି ଯାଉଥିବା ଦେଖି ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇନଥିଲେ । ପରେ ଖବର ପାଇ ପହଂଚିଥିଲା ବାଲିଅନ୍ତା ଅଗ୍ନିଶମ ବାହିନୀ । ବହୁ ଖୋଜାଖୋଜି ପରେ ଶେଷରେ ବୁଡିଯାଇଥିବା ନାବାଳକ ସାଗର ପୃଷ୍ଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।