କନକ ବ୍ୟୁରୋ : ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ । ଉଦ୍ଧାର ପାଇଁ ନିୟୋଜିତ ହୋଇଛି ହେଲିକପ୍ଟର । ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଯୁବକଙ୍କୁ ଖୋଜା ଚାଲିଛି । ସେପଟେ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଓ ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।
ନିଖୋଜ ଯୁବକ ହେଲେ କେ ଆର୍ଯ୍ୟପଲ୍ଲୀ ଗାଁର ଚିତ୍ରସେନ ବେହେରା । ବୁଧବାର ୪ ଜଣ ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇ ନିଖୋଜ ଅଛନ୍ତି ଚିତ୍ରସେନ । ତାଙ୍କୁ ଖୋଜିବାକୁ ଉଦ୍ଧାରକାରୀ ଦଳ ଲାଗି ପଡିଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି, ସମୁଦ୍ରରେ ବୁଡିବା ଖବର ମିଳିବା ପରେ ଉଦ୍ଧାରକାରୀ ଦଳକୁ ସଙ୍ଗେ ସଙ୍ଗେ ଡକାଯାଇଥିଲା । ଓଡ୍ରାଫ ଓ ତଟରକ୍ଷୀବାହିନୀ ଯୁବକଙ୍କୁ ଖୋଜିବା ଜାରି ରଖିଛନ୍ତି । ୨ ଦିନ ହେବ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏଯାଏଁ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ପୂର୍ବରୁ ମଧ୍ୟ ଏହି ଆର୍ଯ୍ୟପଲ୍ଲୀ ବେଳାଭୂମିରେ ୨ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଥିଲା ।