କନକ ବ୍ୟୁରୋ : ବାବା ବେଶରେ ଆସିଥିଲେ ପ୍ରେମିକ । ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହେଲେ ପ୍ରେମିକ । ଯାଜପୁର ରୋଡ଼ ଥାନା ଫେରୋକ୍ରୋମ୍ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଘଟଣା । ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁନଥିବାରୁ ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଉଥିଲେ ପ୍ରେମିକ । ଅପରିଚିତ ଯୁବକଙ୍କୁ ବାବା ବେଶରେ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ । ତେବେ ସମ୍ପୃକ୍ତ ଯୁବକଙ୍କୁ କାବୁ କରିବା ପରେ ଲୋକମାନେ ପୋଲିସର ଜିମା ଦେଇଥିଲେ । ଏହି ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/56.jpg)