କନକ ବ୍ୟୁରୋ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଯୁବ ଜିଲ୍ଲା ସମ୍ପାଦକ ରାଜେଶ ଖଟୁଆ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଆରୁହାରେ ବିଜେପିର ମିଶ୍ରଣ ପର୍ବ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଜଳେଶ୍ୱର ପୌର ପରିଷଦର ୧୭ ନମ୍ବର ୱାର୍ଡ ଏବଂ ଆରୁହା ପଂଚାୟତର ଶତାଧୀକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ଏବଂ ସାଙ୍ଗଠନିକ ବୈଠକରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ବିଧାୟକ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ ସାମିଲ ହୋଇଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us