କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ରେ ଯୁବକ ମୃତ । ଆକ୍ରମଣ କରିଥିବା ଯୁବକର ଘର ଜାଳିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାଘର ଶୋଭାଯାତ୍ରାରେ ଯାଉଥିବା ବେଳେ ଯୁବକ ଜଣଙ୍କୁ ଛୁରାମାଡ କରିଥିଲା ଅଭିଯୁକ୍ତ ଶ୍ରୀହରି ପ୍ରଧାନ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ଶ୍ରୀହରି ପ୍ରଧାନର ଘର ଜାଳି ଦେଇଥିବା ଦେଖିବାକୁ ମିଳିଛି ।