ପାଟନାର ବେଗୁସରାୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବେଗୁସରାୟର ଜାତୀୟ ରାଜପଥ ନଂ-୨୮ରେ ଇୟରଫୋନ୍ ଲଗାଇ ବାଇକ୍ ଚଲାଉଥିବା ଯୁବକ ଟ୍ରକରେ ଧକ୍କା ହେବାରୁ ଚାଲି ଯାଇଛି ଜୀବନ । ଧକ୍କା ହେବା ପରେ ଟ୍ରକର ଏକ ଚକ ତାଙ୍କ ଗୋଡ ଉପରେ ଚଢ଼ିଯିବାରୁ ଗୋଡ କଟିଯାଇଛି । ଗୋଡ କଟିଯିବାପରେ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ କରି ନିଜର ଅବସ୍ଥା ସଂପର୍କରେ ଜଣାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଯୁବକ ଜଣକ ଇୟରଫୋନ୍ ଲଗାଇଥିଲେ । ସେଥିପାଇଁ ଟ୍ରକ୍ ଆସୁଥିବା ସେ ଜାଣିପାରିନଥିଲେ । ଦୁର୍ଘଟଣା ପରେ ବେହୋସ ହୋଇଯାଇଥିବା ଯୁବକଙ୍କୁ ପୁଲିସ ବେଗୁସରାୟ ହସପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ତାଙ୍କ ଜୀବନ ବଂଚିପାରିନଥିଲା । ଯୁବକ ଜଣକ ହେଉଛନ୍ତି ରାଜାରାମ ପଣ୍ଡିତ । ରାଜାରାମ ତାଙ୍କ ଶଳାଙ୍କ ଶ୍ରାଦ୍ଧକର୍ମରେ ସାମିଲ ହେବାକୁ ଶ୍ୱଶୁର ଘର ଯାଉଥିଲେ । ପରିବାର ସଦସ୍ୟଙ୍କ କହିବାନୁସାରେ, ରାଜାରାମଙ୍କ ବିବାହ ୩ବର୍ଷ ପୂର୍ବେ ହୋଇଥିଲା । ତାଙ୍କର ୭ ମାସର ଶିଶୁ କନ୍ୟା ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/a281436fce66e729aa3d95e9dec059ceb8ef27b5d85b325030ce1db9a94cca90_1.jpg)
/kanak/media/post_attachments/wp-content/uploads/2019/06/623774-schoolbus-300x169.jpg)