ତାପଙ୍ଗ ବଡସାଉଁଳୀ ପାହାଡରେ ସେଲଫି ନେବା ହେଲା କାଳ : ଗୋଡ ଖସି ଗଭୀର ପାଣିରେ ବୁଡିଗଲେ ଯୁବକ; ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

161

କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ପାହାଡ଼ ଉପରୁ ଗୋଡ଼ ଖସିବାରୁ ଗଭୀର ପାଣିରେ ବୁଡ଼ିଗଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ସାଉଁଳି ମୁଣ୍ଡିଆରେ । କଟକରୁ ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ ଆଶୁତୋଷ ବେହେରା । ପାହାଡ଼ ଉପରେ ସେଲ୍ଫି ନେଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା ।

ଆଉ ସିଧା ପାଣିଭିତରେ ବୁଡ଼ିଯାଇଥିଲେ ଆଶୁତୋଷ । ତେବେ ଆଶୁତୋଷଙ୍କ ସହ ଥିବା ଆଉଜଣେ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ । କିନ୍ତୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ପରେ ଖୋର୍ଦ୍ଧା ତହସିଲଦାର ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ଆଶୁତୋଷଙ୍କ ମୃତଦେହ ମିଳିଥିଲା । ଘଟଣାରେ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।